କଳାଟଙ୍କା ଠୁଳ କରିବାରେ ରେକର୍ଡ ଭାଙ୍ଗିଲେ ସନ୍ତୋଷ ।

ଭିଜିଲାନ୍ସ ଇତିହାସରେ ରେକର୍ଡ । କଳାଟଙ୍କା ଠୁଳ କରିବାରେ ରେକର୍ଡ କଲେ ସନ୍ତୋଷ ଦାସ । ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଟ ଇଂଜିନିୟର ସନ୍ତୋଷ ଦାସଙ୍କ ଘରୁ ଭିଜିଲାନ୍ସ ଜବତ କରିଛି 41 ଲକ୍ଷ ଟଙ୍କା । ଏପର୍ଯ୍ୟନ୍ତ ଭିଜିଲାନ୍ସ ରେଡ୍ କରିଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରୁ ଶୀର୍ଷରେ ରହିଛନ୍ତି ସନ୍ତୋଷ ଦାସ ।

ଦ୍ବିତୀୟ ସ୍ଥାନରେ ଅଛନ୍ତି ଓପିଏଚଡବ୍ଲୁସିର ପ୍ରତାପ ସାମଲ । ତାଙ୍କ ଘରୁ ରେଡ୍ ବେଳେ ଭିଜିଲାନ୍ସ ଠାବ କରିଥିଲା 38 ଲକ୍ଷ ।

ତୃତୀୟରେ ଅଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆରଓ ନରୋତ୍ତମ ବେହେରା । ତାଙ୍କ ଘରୁ ମିଳିଥିଲା 16.50 ଲକ୍ଷ ।

ଚତୁର୍ଥରେ ଅଛନ୍ତି ଭବାନୀପାଟଣାର ସ୍ପେସାଲ ପିପି ଆଶୁତୋଷ ମିଶ୍ର । ତାଙ୍କ ଘରୁ ମିଳିଥିଲା 15.60 ଲକ୍ଷ ।

ପଞ୍ଚାମ ସ୍ଥାନରେ ରହିଛନ୍ତି ବାଲିଗୁଡା ପିଏ ଆଇଟିଡିଏ ମୁଖ୍ୟ କିରାଣୀ ବସନ୍ତ ପାଣି । ତାଙ୍କ ଘରୁ ମିଳିଥିଲା 13.25 ଲକ୍ଷ ।

ଷଷ୍ଠ ସ୍ଥାନରେ ରହିଛନ୍ତି ଷ୍ଟାଫ ସିଲେକ୍ସନ କମିଶନଙ୍କ ସଚିବ ବିରଞ୍ଚି ସାହୁ । ତାଙ୍କ ଘରୁ ମିଳିଥିଲା 12.46 ଲକ୍ଷ ।

ସପ୍ତମ ସ୍ଥାନରେ ରହିଛନ୍ତି ବୈତରଣୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ବିଧାନ ସାହୁ । ତାଙ୍କ ଘରୁ 10.07 ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here