ଏଣିକି ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା । କାଲିଠୁ ସାରା ରାଜ୍ୟରେ କଡାକଡି ଭାବେ ଏହି ନିୟମ ପାଳନ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କାଶ କିମ୍ବା ଛିଙ୍କ ବେଳେ ଭୂତାଣୁ ସଙ୍କ୍ରମଣ ବ୍ୟାପୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କରୋନା ସଙ୍କ୍ରମଣ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନର ୨୦୦୫ର ଧାରା ୨୪ ବ୍ୟବଧାନ ଅନୁସାରେ ଯେ କୌଣସି କାମ ପାଇଁ କେହି ଘରୁ ବାହାରିବେନି । ମୁହଁ ନାକକୁ ମାସ୍କରେ ଘୋଡାଇ ରଖିବା ଜରୁରୀ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଲୋକମାନେ ନିଜ ମୁହଁ ଓ ନାକକୁ ଘୋଡାଇବା ପାଇଁ ରୁମାଲ କିମ୍ବା ଅନ୍ୟ କୌଣସି କପଡାକୁ ଦୁଇ ଥାକିଆ କରି ମୁହଁରେ ବାନ୍ଧିବେ । ଏଥିପ୍ରତି କଡା ଦଅଷ୍ଟି ଦେବାକୁ ସବୁ ଜିଲ୍ଲା ଓ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here