କୃଷି କ୍ଷେତ୍ରରେ ସୌରଶକ୍ତି ବିନିଯୋଗ କରିବା ଦିଗରେ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସୌର ଜଳନିଧି ଯୋଜନା. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚ୍ଚିବାଳୟରେ ଏହି ଯ଼ୋଜନାର ଶୁଭାରମ୍ଭ କରିଛନ୍ତି. ଏଥିପାଇଁ ରାଜ୍ୟ ସରକାର 27 କୋଟି ଟଙ୍କା ବ୍ୟଯ ଅଟକଳ ରଖିଛନ୍ତି. ଚାଷୀମାନଙ୍କୁ 90 ପ୍ରତିଶତ ସବସିଡରେ ସୋଲାର ପମ୍ପ ଯୋଗାଇ ଦିଆଯିବ. ପ୍ରଥମ ପର୍ଯ୍ୟାୟରେ 2018-19ରେ ସରକାର 5 ହଜାର ସୋଲାର ପମ୍ପ ଯୋଗାଇ ଦେବାକୁ ଯୋଜନା କରିଛନ୍ତି. ବିଶେଷକରି ଯେଉଁ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚି ପାରିନାହିଁ ଅଥବା ଅସଂପୂର୍ଣ୍ଣ ରହିଛି, ସେହି ଅଞ୍ଚଳକୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ. ପରବର୍ତ୍ତି ପର୍ଯ୍ୟାୟରେ ଏହି ଯୋଜନା ରାଜ୍ୟର ସବୁ ଅଞ୍ଚଳର ଚାଷୀଙ୍କୁ ଯୋଗାଇ ଦିଆଯିବ.

LEAVE A REPLY

Please enter your comment!
Please enter your name here