ଖରା ପାଇଁ ସ୍କୁଲ ଛୁଟି କଲେ ରାଜ୍ୟ ସରକାର I ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା 26 ରୁ 30 ତାରିଖ ଯାଏ ସାମୟିକ ସମୟ ପାଇଁ ସ୍କୁଲ ଛୁଟି କରିବାକୁ ଘୋଷଣା କରିଛନ୍ତି I ଏହା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁ ହେବ ଵୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି I ସୂଚନାଯୋଗ୍ୟ, ପୂର୍ବରୁ ସରକାର ଚଳିତବର୍ଷ ଖରା ଛୁଟି ଜୁନ ମାସରେ ମାତ୍ର ଦଶଦିନ କରିବାକୁ ଘୋଷଣା କରିଥିଲେ ଏବଂ ମେ ମାସରେ ସ୍କୁଲ ସମୟ ସକାଳ 6 ଟାରୁ 9ଟା ଯାଏ କରିବାକୁ କହିଥିଲେ I

LEAVE A REPLY

Please enter your comment!
Please enter your name here