ପେଗାସସ୍ ପାଇଁ ଗଠନ ହେଲା କମିଟି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର.ଭି.ରବିନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ପେଗାସସ୍ ସ୍ପାଏଓ୍ବେୟାର ଦ୍ବାରା କାହାର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି କି ନାହିଁ, ସେସଂପର୍କରେ ଏହି କମିଟି ଅନୁଧ୍ୟାନ କରିବ । ଆସନ୍ତା ଦୁଇମାସ ପରେ ହେବାକୁ ଥିବା ଶୁଣାଣୀ ସମୟରେ କମିଟି ଏହି ରିପୋର୍ଟ ଉପସ୍ଥାପନ କରିବ । ନ୍ୟାସନାଲ ଫରେନସିକ ୟୁନିଭରସିଟିର ଆଇପିଏସ ଅଧିକାରୀମାନେ କମିଟିକୁ ତଦନ୍ତ ପ୍ରକ୍ରିୟାରେ ସହାୟତା କରିବେ ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ପ୍ରସଙ୍ଗରେ ଆମେ କେନ୍ଦ୍ର ସରକାରଙ୍କୁ ଯଥେଷ୍ଟ ସୁଯୋଗ ଦେଲୁ । ଏହି ମାମଲାରେ ସରକାର କି ପଦକ୍ଷେପ ନେଇଛନ୍ତି, ଜଣାଇବାକୁ କୁହାଯାଇଥିଲା । ମାତ୍ର କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଦେଇଥିବା ତଥ୍ୟ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି କୋର୍ଟ । ଦେଶର ନିରାପତ୍ତା ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ଭଳି ସ୍ପର୍ଶକାତର ଅଭିଯୋଗ ଥିବାରୁ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।

ସୁପ୍ରିମକୋର୍ଟଙ୍କ ନିକଟରେ ହୋଇଥିବା ସଂଖ୍ୟାଧିକ ଅଭିଯୋଗରେ କୁହାଯାଇଥିଲା, ଇସ୍ରାଏଲର ଏକ କଂପାନୀ ପେଗାସସ୍ ସ୍ପାଏଓ୍ବେୟାର କେନ୍ଦ୍ର ସରକାରଙ୍କୁ ବିକ୍ରି କରିଛନ୍ତି, ଯାହା ମାଧ୍ୟମରେ କେନ୍ଦ୍ର ସରକାର ବିରୋଧୀ ଦଳର ନେତା, ସାମ୍ବାଦିକ ଓ ଅନ୍ୟମାନଙ୍କ ଉପରେ ନଜର ରଖୁଛନ୍ତି । ସୁପ୍ରିମକୋର୍ଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା, ସିପିଏମ ସାଂସଦ ଜନ୍ ବ୍ରିଟାସଙ୍କ ସମେତ ଅନେକ ବରିଷ୍ଠ ସାମ୍ବାଦିକ ମଧ୍ୟ ପିଟିସନ ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here