ଝିଅ ସରକାରୀ ଚାକିରୀ ନଛାଡିବାରୁ ବାପା ମାଙ୍କୁ ଗାଁରେ ବାସନ୍ଦ । ନିଆଁ ପାଣି ବି ବନ୍ଦ । ଗାଁ ରାସ୍ତାରେ ବି ଯିବାକୁ ବାରଣ ହୋଇଛି । ଏମିତି ଏକ ଘଟଣା ଘଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ବଡଖଣ୍ଡୀରେ । ଗାଁର ମଧ୍ୟ ବୟସ୍କ ଦମ୍ପତ୍ତି ନ୍ୟାୟ ପାଇଁ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ପୋଲିସକୁ ଅନୁରୋଧ କରିଛନ୍ତି । ତାଙ୍କ ଝିଅକୁ ଚାକିରି ଛାଡିବା ଲାଗି ଗାଁର କିଛି ଲୋକ ବାଧ୍ୟ କରିଥିଲେ । ହେଲେ ଝିଅ ଚାକିରୀ ନଛାଡିବାରୁ ୫ ୬ ଜଣ ଲୋକ ତାଙ୍କ ଉପରେ ୫ ହଜାର ୫ ଶହ ଟଙ୍କାର ଜରିମାନା ଲଗାଇବା ସହ ନିଆଁପାଣି ବାସନ୍ଦ କରିଛନ୍ତି । ଏପରିକି ଗାଁର ଦୋକାନୀକୁ ସଉଦା ପତ୍ର ଦେବାକୁ ମନା କରିଛନ୍ତି । ଜୀବନ ପ୍ରତି ବିପଦ ଥିବାରୁ ସେ ଗାଁ ଛାଡି ଗଜପତି ଜିଲ୍ଲାରେ ଝିଅ ପାଖରେ ଆଶ୍ରୟ ନେଇଛନ୍ତି । ଏବେ ନ୍ୟାୟ ଅପେକ୍ଷାରେ ଅଛନ୍ତି ଦମ୍ପତ୍ତି ।