ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅଡ଼ୁଆ ବଢ଼ିଛି । ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମ ମାମଲାରେ ପରିବର୍ତ୍ତନ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଏହା ସହିତ ଉଦିତଙ୍କ ସହଯୋଗୀ ଆୟୁଷ୍ମାନ ସାହୁଙ୍କୁ ଗିରଫ କରାଯାଇଛି । ପୀଡ଼ିତା ଯୁବତୀ ଜଣକ ଆୟୁଷ୍ମାନଙ୍କ ବିରୋଧରେ ବୟାନ ଦେଇଛନ୍ତି ବୋଲି କହିଛି ପୋଲିସ ।

ଯୁବତୀଙ୍କ ଅଭିଯୋଗ ମୁତାବକ, ମାର୍ଚ୍ଚ ୧୮ ତାରିଖରେ ପୀଡ଼ିତା ଦୁଇ ଜଣ ସାଙ୍ଗଙ୍କ ସହିତ ମାଷ୍ଟରକ୍ୟାଣ୍ଟିନ ବୁଲିବାକୁ ଯାଇଥିବାବେଳେ ଉଦିତ ପ୍ରଧାନଙ୍କ ଦେଖା ହୋଇଥିଲା । ଏହା ପରେ ସମସ୍ତେ ଉଦିତଙ୍କ ଗାଡ଼ିରେ ବସି ନୟାପଲ୍ଲୀର ଏକ ହୋଟେଲକୁ ଯାଇଥିଲେ । ସେଠାରେ ତାଙ୍କୁ ମୃଦ୍ୟୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି। ଉଦିତଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା। ଦୁଷ୍କର୍ମ କରିବା ମାମଲାରେ ବିଏନ୍ଏସ୍ ୬୪(୧), ବିଷ ଦେଇ ହତ୍ୟା ଉଦ୍ୟମ ପାଇଁ ଦଫା ୧୨୩, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ପାଇଁ ଦଫା ୨୯୬ ଓ ଟଣା ଓଟରା କରିବା ଅଭିଯୋଗରେ ଦଫା ୭୪ ଲାଗିଛି ।

LEAVE A REPLY

Please enter your comment!
Please enter your name here