ରୁଷ-ୟୁକ୍ରେନ ଯୁଦ୍ଧ ଚାରି ବର୍ଷ ପର୍ଯ୍ୟନ୍ତ ଚାଲିଆସିଛି, କିନ୍ତୁ ଶାନ୍ତି ପ୍ରୟାସ ବିଫଳ ହୋଇଛି । ଶନିବାର ୟୁକ୍ରେନ ଦ୍ୱାରା ହୋଇଥିବା ବଡ଼ ଡ୍ରୋନ୍ ଆକ୍ରମଣକୁ ରୁଷ ବିଫଳ କରିବାର ଦାବି କରିଛି । ରୁଷ ପ୍ରତିରକ୍ଷା ବାହିନୀ ୨୦ଟି ୟୁକ୍ରେନିଆନ୍ ଡ୍ରୋନ୍ କୁ ଧ୍ୱଂସ କରିଥିବା କହିଛି । ଏହା ପରେ ଦୁଇ ପକ୍ଷରେ ଆକ୍ରମଣ-ପ୍ରତିଆକ୍ରମଣ ତୀବ୍ର ହୋଇଯାଇଛି । ପାଲଟା ଆକ୍ରମଣରେ ରୁଷ, ୟୁକ୍ରେନର ୧୪ଟି ଅଞ୍ଚଳରେ ୫୦୦ରୁ ଅଧିକ ଡ୍ରୋନ୍ ଓ ୪୫ଟି ମିସାଇଲ୍ ମାରିଥିବା ଜଣାଇଛି । ୟୁକ୍ରେନର ପ୍ରତିରକ୍ଷା ବ୍ୟବସ୍ଥା କେତେକକୁ ରୋକିବାରେ ସଫଳ ହୋଇଛି ।
ଗତ ଗୁରବାର ବିଳମ୍ବିତ ରାତ୍ରରେ ଋଷ ଉକ୍ରେନ୍ ର କିବ ଉପରେ ପ୍ରାୟ ୬୨୯ଟି ମିସାଇଲ୍ ଓ ଡ୍ରୋନ୍ ବ୍ୟବହାର ହୋଇଥିଲା । ଏଥିରେ ୧୪ ଜଣ ମୃତ୍ୟୁବରଣ କରିଥିବା ସହ ୪୮ ଜଣ ଆହତ ହୋଇଛନ୍ତି । ଆକ୍ରମଣରେ ୟୁକ୍ରେନସ୍ଥିତ ୟୁରୋପୀୟ ସଂଘର ଗୋଟିଏ କାର୍ଯ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here