ଭୟ ବଢାଉଛି ବାତ୍ୟା ଫନି । ମେ ୩ତାରିଖ ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ଫନି । ଏନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଇଏମଡି ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ପଷ୍ଟ ସୂଚନା ମିଳିବା ପରେ ଏହା ଜଣାପଡିବ ବୋଲି କହିଛନ୍ତି ଏସଆରସି । ଫନି ଧିରେ ଧିରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଉଛି । ବାତ୍ୟା ଫନିକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସର୍ତକ କରାଯାଇଛି । ୨୦ ଓଡ୍ରାଫ ୟୁନିଟ୍, ୩୩୫ଟି ଅଗ୍ନିଶମ ୟୁନିଟ୍ ଏବଂ ୧୨ଟି ଏନଡିଆରଏଫ ୟୁନିଟ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ବାତ୍ୟା ପ୍ରଭାବରେ ‘ଜିରୋ’ କାଜୁଆଲଟି ଲକ୍ଷ ରଖିଛନ୍ତି । ସମୁଦ୍ର ଉପୂକଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି କରାଯାଇଛି । ୨ତାରିଖ ଦିନ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯିବ । ପୁରୀ, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ନୟାଗଡ, କଟକ ଜିଲ୍ଲାବାସୀଙ୍କୁ ସର୍ତକ କରାଯାଇଛି ।

LEAVE A REPLY

Please enter your comment!
Please enter your name here