ଏସିଆନ ଗେମ୍ସ ରୌପ୍ୟ ବିଜେତା ମହିଳା ହକି ଖେଳାଳିଙ୍କୁ ପୁରସ୍କାର ଘୋଷଣା । ହକିଦଳର ୪ ଖେଳାଳୀଙ୍କୁ ୧ କୋଟି ଲେଖାଁଏ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଖେଳାଳୀମାନେ ହେଉଛନ୍ତି ସୁନିତା ଲାକ୍ରା, ନମିତା ଟପୋ, ଲିଲିମା ମିଞ୍ଜ, ଦୀପଗ୍ରେସ ଏକ୍କା । ଏସୀୟ କ୍ରୀଡାରେ ହକିରୁ ଭାରତକୁ ରୌପ୍ୟ ପଦକ ମିଳିଥିଲା । ତେବେ ଓଡିଶା ପକ୍ଷରୁ ଭାରତ ପାଇଁ ଖେଳି ଦେଶ ଏବଂ ରାଜ୍ୟର ନାଁ ରଖିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏଥିପୂର୍ବରୁ ଓଡିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ୩କୋଟି ଲେଖାଁଏ ପୁରସ୍କାର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here