ବାଲେଶ୍ୱର ଜିଲ୍ଲାରେ ଏମିତି ଏକ ଲଜ୍ୟାଜନକ ଅଭିଯୋଗ ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଅଭିଯୋଗକୁ କେହି ବିଶ୍ବାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ହସପିଟାଲ ବେଡରେ ଗଣଦୁଷ୍କର୍ମ । ତାହା ପୁଣି ନିଜ ସଂପର୍କୀୟଙ୍କ ଦ୍ବାରା । ଏମିତି କଥା ଶୁଣି ଗାଁ ଲୋକେ ବି ତାତିଗଲେ । ମାମଲା ଖାରଜ କରିବାକୁ ପୋଲିସ ଉପରେ ଚାପ ପକାଇଲେ । ଯଦି କଥାକୁ କେହି ବିଶ୍ବାସ କରିପାରୁନାହାନ୍ତି, ତାହେଲେ ସେମାନେ ଏମିତି କାହିଁକି କଲେ । ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଓଡ଼ଶାଳ ଗାଁରେ ଘରୋଇ କଳିକୁ କେନ୍ଦ୍ରକରି ଗତ ୨୯ ତାରିଖ ଦିନ ମା ସମେତ ୨ ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ୩ ଜଣଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସାନ ଝିଅର ଅବସ୍ଥା ସୁଧାର ଆସିବାରୁ ତାଙ୍କୁ ସେଠାରୁ ଡ଼ିସଚାର୍ଜ କରି ଦେଇଥିଲେ । ହେଲେ ବଡ଼ ଝିଅ ଏବଂ ମା ଙ୍କୁ ବାଲେଶ୍ୱର ମେଡିକାଲକୁ ରେଫର କରି ଦିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ହସପିଟାଲ ବେଡ଼ରେ ଉଭୟ ମା ଏବଂ ଝିଅଙ୍କୁ ନିଜର ସଂପର୍କୀୟମାନେ କୁଆଡେ ଦୁଷ୍କର୍ମ କରିଥିଲେ । ମା ଓ ଝିଅ ସୁସ୍ଥ ହେବା ପରେ ବାଲେଶ୍ୱର ଟାଉନ ଥାନାରେ ଏଭଳି ଲିଖିତ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତନାଘନା । ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ, ଡ଼ିଏସପି ମନୋଜ ରାଉତ ପ୍ରମୁଖ ତଦନ୍ତ ପାଇଁ ପହଞ୍ଚିଥିଲେ ପୀଡିତାଙ୍କ ଘରେ । ମାତ୍ର ଓଡ଼ଶାଳ ଗାଁରେ ପୋଲିସ ଟିମକୁ ବିରୋଧ କରିଥିଲେ ଗ୍ରାମବାସୀ । ଗାଁର ଶତାଧିକ ପୁରୁଷ ଓ ମହିଳା ଏଭଳି ଅଭିଯୋଗ ମିଛ ଏବଂ ମିଛ ଦୁଷ୍କର୍ମ ମାମଲା ରଦ୍ଦ କରିବାକୁ ଦାବି କରିଥିଲେ । ଡ଼ିଏସପି ମନୋଜ ରାଉତ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତରେ ସହଯୋଗ କରିବାକୁ କହିବାରୁ ଉତ୍ୟକ୍ତ ଲୋକେ ପୋଲିସକୁ ଛାଡିଥିଲେ । ମାତ୍ର ହସପିଟାଲ ବେଡରେ ଗଣଦୁଷ୍କର୍ମ ଭଳି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି

LEAVE A REPLY

Please enter your comment!
Please enter your name here