ଗିଲଗିଟ୍-ବାଲ୍ଟିସ୍ତାନ ଅଞ୍ଚଳରେ ଏକ ସେନା ହେଲିକପ୍ଟର ନିୟମିତ ଉଡାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ଯରେ ଦୁଇଜଣ ପାଇଲଟ୍ ମଧ୍ୟ ଅଛନ୍ତି। ଗିଲଗିଟ୍-ବାଲ୍ଟିସ୍ତାନ ସରକାରର ମୁଖପାତ୍ର ଫୈଜୁଲ୍ଲା ଫାରାକଙ୍କ ଅନୁସାରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି ଅଚାନକ ଖସି ପଡ଼ିଥିଲା ଏବଂ ପରେ ନିଆଁ ଲାଗି ଯାଇଥିଲା।
ଘଟଣା ର ତଦନ୍ତ ପାଇଁ ଅନେକ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ମାମଲାର ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି। ପାକିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟା ପରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହି କାର୍ଯ୍ୟରେ ସେନା ହେଲିକପ୍ଟର ବ୍ୟବହାର କରାଯାଉଛି, ଯାହା ଦ୍ଵାରା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶୀଘ୍ର ପହଞ୍ଚିହେବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ। ଏହି କ୍ରମରେ, ଗିଲଗିଟ୍-ବାଲ୍ଟିସ୍ତାନ ସରକାର ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ନିୟୋଜିତ କରିଛନ୍ତି।














