ଘମାଘୋଟ ଯୁଦ୍ଧ । ସଂଧ୍ୟା ନଇଁବା କ୍ଷଣି ଦୁଇଦେଶ ମଧ୍ୟରେ ତୀବ୍ର ହେଉଛି ଲଢେଇ । ଉଭୟ ଦେଶ ପରସ୍ପର ଉପରକୁ କ୍ଷେପଣାସ୍ତ୍ର ମାଡ କରୁଛନ୍ତି । ଦୁଇଦେଶର ଆକ୍ରମଣକୁ ନେଇ ଫରକ ଏତିକି ଯେ, ପାକିସ୍ଥାନ ସେନାର ଡ୍ରୋନ ଓ ମିସାଇଲ ଟାର୍ଗେଟରେ ପହଞ୍ଚିବା ପୂର୍ବରୁ ଭାରତର ଏୟାର ଡିଫେନ୍ସ ଆକାଶରେ ନଷ୍ଟ କରିବାରେ ସମର୍ଥ ହେଉଛି । ଅନ୍ୟପକ୍ଷରେ ଭାରତର ଆକ୍ରମଣରେ ପାକିସ୍ଥାନର ପ୍ରମୁଖ ସହର ଛାରଖାର ହୋଇଯାଇଛି । ରାଓ୍ବଲପିଣ୍ଡିର ନୂର ଖାନ୍ ଏୟାରବେସ୍, ଯାହା ପାକିସ୍ଥାନ ସେନାର ଏକ ପ୍ରମୁଖ ଏୟାରବେସ୍, ଭାରତର ମିସାଇଲ ମାଡରେ ପୁରା ନଷ୍ଟ ହୋଇଯାଇଛି । ସେହିପରି ଚକଓ୍ୱାଲ ସହରର ମୁରିଦ ଏୟାରବେସ୍ ମଧ୍ୟ ଭାରତର ମିସାଇଲ ଆକ୍ରମଣରେ ଧ୍ବଂସ ହୋଇଯାଇଛି । ପଞ୍ଜାବରେ ଥିବା ରାଫିକ୍ ଏୟାରବେସ୍ ମଧ୍ୟ ମିସାଇଲ ମାଡରେ କ୍ଷତିଗ୍ରସ୍ତ ହୋଇଛି । ଏସବୁ ଏୟାରବେସ୍ ପାକିସ୍ତାନ ସେନା ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା । ପାକିସ୍ଥାନ ସେନାର ସାମରିକ ଭିତ୍ତିକୁ ସଂପୂର୍ଣ୍ଣ ନଷ୍ଟ କରିଦେବାକୁ ଭାରତ ଟାର୍ଗେଟ କରିଥିଲା ଏବଂ ସଫଳ ହୋଇଛି । ଭାରତର ମିସାଇଲ ମାଡରେ ପାକିସ୍ଥାନର ପ୍ରମୁଖ ସହର ଲାହୋର, ରାଓ୍ବୱଲପିଣ୍ଡି, କରାଚି ଆକାଶ ଧୂଆଁମୟ ହୋଇଯାଇଛି । ଏହାସତ୍ତ୍ବେ ପାକିସ୍ଥାନ ଭାରତର ପ୍ରମୁଖ 26ଟି ସହରକୁ ଟାର୍ଗେଟ କରି ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିଲେ ହେଁ ସଫଳ ହୋଇପାରିନି । ଭାରତର ଏୟାର ଡିଫେନ୍ସ ସିଷ୍ଟମ ସେସବୁକୁ ନଷ୍ଟ କରିଦେଇଛି । ମାତ୍ର ଜମ୍ମୁ କାଶ୍ମୀର ସୀମାନ୍ତରେ ଜନବସତି ଉପରକୁ ପ୍ରବଳ ଗୁଳିଗୋଳା ବର୍ଷା କରୁଛି ପାକିସ୍ଥାନ । ଭାରତୀୟ ସେନା ସୀମାନ୍ତରେ ପାକ୍ ସେନାକୁ ମୁହଁତୋଡ ଜବାବ ଦେଉଛି ।

LEAVE A REPLY

Please enter your comment!
Please enter your name here