ଡିସେମ୍ବର ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ସରକାର ଜିରୋ ନାଇଟ୍ ସେଲିବ୍ରେସନ ପାଳନ ଉପରେ କଟକଣା ଜାରି କରିଛନ୍ତି ।

ଡିସେମ୍ବର 31 ଓ ଜାନୁଆରୀ 1 ତାରିଖରେ କୌଣସି ସର୍ବସାଧାରଣ ସ୍ଥାନରେ ଜିରୋନାଇଟ୍ ସେଲିବ୍ରେସନ କରାଯାଇପାରିବ ନାହିଁ ବୋଲି ସରକାର କହିଛନ୍ତି । କ୍ଲବ୍, ହୋଟେଲ, ପ୍ରେକ୍ଷାଳୟ, ପାର୍କ, କଲ୍ୟାଣମଣ୍ଡପରେ ସେଲିବ୍ରେସନ କରାଯାଇପାରିବ ନାହିଁ ।

ନୂଆବର୍ଷ ଅବସରରେ ସର୍ବସାଧାରଣରେ ପିକନିକ୍ କରିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here