କାନ୍ଦ ବୋବାଳିରେ କମ୍ପୁଛି ହସିଣା ଗାଁ . ନୂଆବର୍ଷ ପାଳନର ସବୁ ଖୁସି ଧୋଇ ଯାଇଛି ଦୁଃଖଦ ଡଙ୍ଗାବୁଡିରେ. ବୁଧବାର ରାତି ତମାମ ମହାନଦୀରେ ଉଦ୍ଧାର ପରେ ଗୁରୁବାର ୯ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା. ବ୍ୟବଚ୍ଛେଦ ପରେ ସାତ ଜଣ ଶିଶୁ ଓ ଦୁଇଜଣ ମହିଳାଙ୍କ ମୃତଦେହକୁ ହସିଣା ଗାଁକୁ ନିଆଯାଇଥିଲା. ଖାଲି ମୃତକଙ୍କ ପରିବାର କି ସମ୍ପର୍କୀୟ ନୁହଁନ୍ତି, ସାରା ଗାଁ ଯେମିତି ସ୍ତବ୍ଧ ହୋଇଯାଇଥିଲା. ଆଖପାଖ ଗାଁର ହଜାର ହଜାର ଲୋକ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ରୁଣ୍ଡ ହୋଇଥିଲେ ଏହି ଦୁଃଖଦ ଖବର ଜାଣିବା ପାଇଁ. ଯିଏ ବି ଦେଖୁଥିଲା, କୋହ ସମ୍ବରଣ କରିପାରୁ ନଥିଲା. ପ୍ରିୟଜନଙ୍କ କାନ୍ଧରେ ବୁହା ହୋଇ ଶ୍ମଶାନକୁ ଯ଼ାଇଥିଲା ୯ ଜଣଙ୍କ ମୃତଦେହ. ତା ପରେ ଗୋଟିଏ ଧାଡିରେ ଜୁଇରେ ଜଳିଥିଲା ଶବ. ହରିବୋଲ ଧ୍ବନୀରେ କମ୍ପୁଥିଲା ଶ୍ମଶାନ ଘାଟ. ମରଣ ପୁଣି ଏମିତି ଆସେ, କେହି ବି କଳ୍ପନା କରିପାରୁନଥିଲେ.

LEAVE A REPLY

Please enter your comment!
Please enter your name here