ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଆସିବେ । ଝାରସୁଗୁଡ଼ାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପୂର୍ବରୁ ବ୍ରହ୍ମପୁରରେ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା । ତେବେ ବଙ୍ଗୋପସାଗରରେ ଲଘୁଚାପ ଓ ଖରାପ ପାଣିପାଗକୁ ନଜରରେ ରଖି ବ୍ରହ୍ମପୁର ପରିବର୍ତ୍ତେ ଝାରସୁଗୁଡ଼ାରେ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ହୋଇଛି । ଏହା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ଓଡ଼ିଶା ଗସ୍ତ ହେବ ।୨୦୨୪ ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେଉଛି ଓଡ଼ିଶାକୁ ମୋଦୀଙ୍କ ଷଷ୍ଠ ଗସ୍ତ। ଏବେ ଅମଳିପାଲିଠାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି।

LEAVE A REPLY

Please enter your comment!
Please enter your name here