ଟି-20 ବିଶ୍ବକପ ବିଜୟକୁ ନେଇ ଦେଶବାସୀ ଉତ୍ସବ ମନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟି-20 ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଟିମ୍ ଖେଳାଳିମାନଙ୍କ ସାଙ୍ଗେ ପ୍ରଧାନମନ୍ତ୍ରୀ କଥାହେବା ସହ ଦକ୍ଷିଣ ଆଫ୍ରିକା ବିରୋଧରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବିଶେଷକରି କୋଚ୍ ରାହୁଲ ଦ୍ରାଭିଡଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇ କହିଛନ୍ତି, ଗତ ଅଢେଇବର୍ଷ ଧରି ସେ ହେଡ୍ କୋଚ୍ ଭାବେ ଯେଉଁ ପରିଶ୍ରମ କରିଥିଲେ, ଗତକାଲି ତାର ଫଳ ମିଳିଛି । ରାହୁଲ ଦ୍ରାଭିଡଙ୍କ ଦିଗଦର୍ଶନ ଟିମକୁ ଶଫଳତା ଆଣିଦେଇଛି ବୋଲି ସେ କହିଛନ୍ତି । ସେହିପରି କ୍ୟାପଟେନ ରୋହିତ ଶର୍ମା ଓ ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ବିରାଟ କୋହଲିଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି । ଗତକାଲି ଟି ଟୋଣ୍ଟି ବିଜୟର କିଛି ସମୟ ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-20 ରୁ ସେମାନଙ୍କ ଅବସର ନେବା ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here