ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିବାଦରେ । ୟୁକ୍ରେନ୍-ରୁଷିଆ ଯୁଦ୍ଧରେ ସେ ଏବେ ଆଗକୁ ଆସିବେନି ବୋଲି ସୃଷ୍ଟ କରିଥିବାରୁ ଚର୍ଚ୍ଚା ତୀବ୍ର ହୋଇଛି । ଆଲାସ୍କାରେ ତାଙ୍କ ସଭା ଓ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ, ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତାବ ହୋଇଥିଲେମଧ୍ୟ କୌଣସି ସଫଳତା ମିଳିନଥିଲା । ଏବେ ଟ୍ରମ୍ପ କହିଛନ୍ତି, “ମୋ ପକ୍ଷରୁ ଆଉ କିଛି ହେବନି, ଦୁଇଦେଶ ନିଜେ ସମାଧାନ କରନ୍ତୁ।”
ତିନି ବର୍ଷ ହେଲା, ଋଷିଆ-ୟୁକ୍ରେନ୍ ଯୁଦ୍ଧ ଚାଲିଆସୁଛି । ଏହି ସଂଘର୍ଷରେ ସାଧାରଣ ଲୋକଙ୍କ ଜୀବନ ଯାଉଛି । ବିଶ୍ବର ଆଶା ଯୁଦ୍ଧ ଶେଷ ହେଉ । ଏପରି ସମୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ କୂଟ ନୀତିକ ପଦକ୍ଷେପ ନେଇଛନ୍ତି । ପ୍ରଥମେ ସେ ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ବୈଠକ କରିଥିଲେ, ପରେ ୱାଶିଂଟନରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି । ଟ୍ରମ୍ପଙ୍କ ଉଦ୍ଦେଶ୍ୟ ପୁଟିନ ଓ ଜେଲେନସ୍କିଙ୍କୁ ଏକାଠି ବସାଇ, ଶାନ୍ତିର ବାଟ ଖୋଜିବା । ଟ୍ରମ୍ପ କହିଛନ୍ତି, ଯଦି ସେ କ୍ଷମତାରେ ଥାନ୍ତେ, ୨୪ ଘଣ୍ଟାରେ ଯୁଦ୍ଧକୁ ଶେଷ ଏବେ କରିଦେଇଥାନ୍ତେ । କିନ୍ତୁ, ସମସ୍ତ ପ୍ରୟାସ ହୋଇଥିଲେ ମଧ୍ୟ, ଯୁଦ୍ଧ ଚାଲିଛି ।
ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବରେ କିଛି ମୁଖ୍ୟ ସର୍ତ୍ତ ନେଇ ଚର୍ଚ୍ଚା ଚାଲିଛି । ସେଥ୍ରେ ୟୁକ୍ରେନ୍ କେବେବି ନାଟୋରେ ସାମିଲ ନହେବା ପ୍ରସ୍ତାବ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ବଦଳରେ ଆମେରିକା ଓ ୟୁରୋପୀୟ ସହଭାଗୀମାନେ ୟୁକ୍ରେନ୍କୁ ନାଟୋ-ସଦୃଶ ସୁରକ୍ଷା ଗ୍ୟାରେଣ୍ଟି ଦେବେ ବୋଲି ଖବର ମିଳିଛି । ଏହାକୁ “ଗେମ୍-ଚେଞ୍ଜି” ପଦକ୍ଷେପ ବୋଲି ବର୍ଣ୍ଣନା କରାଯାଉଛି ।
ଟ୍ରମ୍ପଙ୍କ ଏହି ଏକପାଖୁଆ ପଦକ୍ଷେପକୁ ନେଇ ୟୁରୋପୀୟ ଦେଶଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି । ୱାଶିଂଟନରେ ଜେଲେନସ୍କିଙ୍କ ସହ ବୈଠକରେ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ଓ ଇଟାଲୀର ନେତାମାନେ ଉପସ୍ଥିତ ଥିଲେ । ଭାରତର ଭୂମିକା ମଧ୍ଯ ଗୁରୁତ୍ବ ନେଇଛି । ପୁଟିନ, ଆଲାସ୍କା ବୈଠକ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାହୋଇଥିଲେ । ଭାରତ ସର୍ବଦା ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରୁଛି, ଯଦିଓ ଟ୍ରମ୍ପ ରୁଷିଆକୁ ଚାପ ଦେବା ପାଇଁ ଭାରତରେ ଶୁକ୍ଳ ବୃଦ୍ଧି କରୁଛନ୍ତି ବୋଲି ମଧ୍ୟ ଆଲୋଚନା ଚାଲିଛି ।














