ଢେଙ୍କାନାଳ ସ୍ଥିତ ‘ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ ପରିଚାଳିତ ସେଲଟର ହୋମ ଯୌନ ନିର୍ୟାତନା ଖବର ଚର୍ଚ୍ଚାକୁ ଆସିବା ପରେ ଏବେ ଏହାର ମୁଖ୍ୟ ଫୟେଜ ରେହମାନଙ୍କ କାରନାମା ଖୋଲିବାରେ ଲାଗିଛି. ସେଲଟର ହୋମ ପଛର ମନ୍ଦ ଉଦ୍ଦେଶ୍ୟ ଧରାପଡିଯାଇଛି. କେବଳ ସେଲଟର ହୋମ ନାଁରେ ଛାତ୍ରୀଙ୍କୁ ଯୌନ ନିର୍ୟାତନା ନୁହେଁ, ଧର୍ମାନ୍ତରୀକରଣ କାର୍ୟ୍ୟରେ ମଧ୍ୟ ସେ ଲାଗିଥିଲେ. ଭାଇରାଲ ହୋଇଥିବା ଏକ ଭିଡିଓରେ ସେ “ଡୁବନ” ମାଧ୍ୟମରେ ଧର୍ମାନ୍ତରଣ କରୁଛନ୍ତି. ଫୟେଜ ରେହମାନ ଓରଫ ଡାଡିଙ୍କ ଉଦ୍ଦେଶ୍ୟ ଏବେ ସ୍ପଷ୍ଟ ହେବାରେ ଲାଗିଛି.

LEAVE A REPLY

Please enter your comment!
Please enter your name here