ସୋମବାର ନାସନାଲ ଗ୍ରିନ୍ ଟ୍ରିବୁନାଲ (ଏନ୍ ଜି ଟି ) ଛତିଶଗଡ଼ ସରକାର ଦ୍ୱାରା ମହାନଦୀ ଉପର ମୁହାଣରେ ବେଆଇନ ନିର୍ମାଣକୁ ନେଇ ରିପୋର୍ଟ ଦେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ମାସ ଭିତରେ ବ୍ୟାରେଜ୍ ନିର୍ମାଣ ହୋଇଥିବା ସ୍ଥାନକୁ ଯାଞ୍ଚ କରି ରିପୋର୍ଟ ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି ।
ସୁଦର୍ଶନ ଦାଶଙ୍କ ଦ୍ୱାରା ଫାଇଲ କରାଯାଇଥିବା ପିଟିସନର ଶୁଣାଣି ବେଳେ ଏନଜିଟି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ନିର୍ମାଣ ସ୍ଥାନକୁ ଯାଇ ବେଆଇନ ନିର୍ମାଣର ସଠିକ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।