ଦଳବିରୋଧୀ ଓ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ କଂଗ୍ରେସରୁ ବହିଷ୍କୃତ ହେବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା. ଆଜି ଏକ ପ୍ରେସମିଟରେ କଂଗ୍ରେସ ବିରୋଧରେ ସେ ବିଷୋଦଗାରଣ କରିଛନ୍ତି. ଖଣି ମାଫିଆଙ୍କ ହାତରେ ଦଳ ବାଟ ହୁଡିଯାଇଛି ବୋଲି ସେ ଆରୋପ ଲଗାଇଛନ୍ତି. ଗତ 40 ବର୍ଷ ଧରି ପଟ୍ଟନାୟକ ପରିବାର ହାତରେ ଦଳ ଚାଲିଥିଲା ଏବଂ ପଟ୍ଟନାୟକ ପରିବାର ହାତରୁ ଦଳକୁ ମୁକ୍ତ କରାଯାଇପାରିଲାନି. ଏ ସଂପର୍କରେ ସେ ଦଳ ସୁପ୍ରିମୋ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ଜଣାଇଥିଲେ ବୋଲି ସେ କହିଛନ୍ତି. ଦଳିତ, ଆଦିବାସୀ ଓ ପଛୁଆବର୍ଗ ନେତାଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରିବାକୁ ସେ ପ୍ରଥମରୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାକୁ ଦଳ ସୁପ୍ରିମୋ ପ୍ରତ୍ୟାଖାନ କରିଦେଇଛନ୍ତି. ରାଜ୍ୟରେ ନବୀନଙ୍କ ସହ ବୁଝାମଣାରେ ଦଳ ଚାଲିଛି. ତେଣୁ କଂଗ୍ରେସରୁ ତାଙ୍କୁ ବହିଷ୍କାର କରିଥିବାରୁ ସେ ରାହୁଲଙ୍କୁ ଧନ୍ୟବାଦ ଦେଉଛନ୍ତି. ଏବେ କଂଗ୍ରେସ, ବିଜେଡି ଓ ବିଜେପି ବିରୋଧରେ ତାଙ୍କର ଲଢେଇ ଜାରୀ ରହିବ ବୋଲି ଶ୍ରୀକାନ୍ତ କହିଛନ୍ତି. ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ବେଳେ ଦଳୀୟ ନେତାଙ୍କ ଗୁମର ଖୋଲିବେ ଏବଂ ଲୋକଙ୍କ ପାଖରେ ସେମାନଙ୍କ ମୁଖୀ ଖୋଲିଦେବେ ବୋଲି ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here