ଆଖି ବୁଜିଲେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୋ ଆବେ ଆଖି ବୁଜିଛନ୍ତି । ନାରା ସହରରେ ଆଜି ସକାଳେ ଅଭିଭାଷଣ ରଖୁଥିବାବେଳେ ପଛଆଡୁ ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଥିଲେ । ୬୭ ବୟସରେ ସିଞ୍ଜୋ ଆବେଙ୍କର ମୃତ୍ୟୁ ହୋଇଛି । ୨୦୦୬-୨୦୦୭, ୨୦୧୨ରୁ ୨୦୨୦ ଯାଏଁ ଜାପାନର ପ୍ରଧାନମନ୍ତ୍ରୀ ଥିଲେ ସିଞ୍ଜୋ ଆବେ ।
ସିଞ୍ଜୋ ଆବେଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ଆସନ୍ତାକାଲି ଦିନିକିଆ ରାଷ୍ଟ୍ରିୟ ଶୋକ ଘୋଷଣା କରିଛନ୍ତି । ଭାରତରେ ବୁଲେଟ ଟ୍ରେନ ପାଇଁ ଆବେଙ୍କ ବଡ ଭୂମିକା ଥିଲା ।

LEAVE A REPLY

Please enter your comment!
Please enter your name here