ଶେଷରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଦିନ ଗୋଟାଏ ଅଠେଇଶ ମିନିଟରେ ମହାପ୍ରଭୁଙ୍କ ବାହାର ରତ୍ନଭଣ୍ଡାର ଦ୍ବାର ଖୋଲାଯାଇଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ 11ଜଣିଆ ଟିମ୍ ରତ୍ନ ଭଣ୍ଡାର ମଧ୍ୟକୁ ପ୍ରବେଶ କରିଛନ୍ତି । ରତ୍ନବଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, କମିଟି ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ, ଏଏସଆଇ ଅଧୀକ୍ଷକ, ରତ୍ନଭଣ୍ଡାର ସବକମିଟି ସଦସ୍ୟ, ଛତିଶା ନିଯୋଗ ନାୟକ, ଭଣ୍ଡାର ମେକାପ, ଚଢଉ କରଣ, ଦେୁଳ କରଣ ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି । ବାହାର ରତ୍ନଭଣ୍ଡାର ଖୋଲାଯିବା ପରେ ଭିତର ରତ୍ନଭଣ୍ଡାର ତାଲା ଖୋଲିବା ପାଇଁ ଚେଷ୍ଟା କରାଯାଇଥିଲା । ମାତ୍ର ଟ୍ରେଜେରୀରୁ ଆସିଥିବା ଚାବିରେ ଭିତର ରତ୍ନଭଣ୍ଡାର ତାଲା ନ ଫିଟିବାରୁ ଏସଓପି ଅନୁସାରେ ଭିତର ରତ୍ନବଣ୍ଡାରର ତିନୋଟି ତାଲା ଭଙ୍ଗା ଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦେଇଥିବା ସୂଚନା ଅନୁସାରେ ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଛି । ସେହିପରି ଭିତର ଭଣ୍ଡାରର ଅଳଙ୍କାରକୁ ଆଉ ସାତ ଆଠଦିନ ପରେ ଭିଡିଓଗ୍ରାଫି କରାଯାଇ ସ୍ଥାନାନ୍ତରଣ କରାଯିବ । ତେବେ ଭିତର ଭଣ୍ଡାର ଗୃହରେ ଥିବା ଅଳଙ୍କାରକୁ ସାପ ଜଗିଥାଏ ବୋଲି ପୂର୍ବରୁ କାଳ୍ପନିକ କଥା ପ୍ରଚାର ହେଉଥିଲା । ସେଥିପାଇଁ ଯାଞ୍ଚ କମିଟି ସ୍ନେକ ହେଲପ୍ ଲାଇନ, ଓଡ୍ରାଫ ଟିମ ପାଖରେ ରଖିଥିଲେ । କିନ୍ତୁ ଏହାର କୌଣସି ସତ୍ୟାସତ୍ୟ ନ ଥିବାରୁ ସେମାନଙ୍କୁ ଫେରାଇ ଦିଆଯାଇଥିଲା । ଯାଞ୍ଚ କମିଟି ଅଧଅୟକ୍ଷ ଜଷ୍ଟିସ ରଥ କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବାରେ କିଛି ସମସ୍ୟା ହୋଇନି ଏବଂ ସେମାନେ ଭିତର ରତ୍ନଭଣ୍ଡାରକୁ ଯାଇ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here