ଦିଲ୍ଲୀରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମାଟିଘରକୁ ନେଇ ଚର୍ଚ୍ଚା । ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ପରିସରରେ ଏକ ମାଟି ଘର ପ୍ରସ୍ତୁତ କରିଛନ୍ତି ସାଂସଦ । ନିଜ ଖର୍ଚ୍ଚରେ ସେ ଏହି ଘର ନିର୍ମାଣ କରିଛନ୍ତି । ଘରେ ପାଇଖାନା ସହ ଗାଧୁଆଘର ରହିଛି । ମାଟିଘରେ ଦୁଇଟି ବେଡରୁମ ଏବଂ ଗୋଟିଏ ହଲ ରହିଛି । ଘରେ ବସିବା ପାଇଁ ମାଟିରେ ପିଣ୍ଢା ନିର୍ମାଣ କରାଯାଇଛି । ଘରର କାନ୍ଥରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ଅଙ୍କାଯାଇଛି । ମାଟି ଘର ପାଇଁ ପଡୋଶୀ ହରିୟାଣାରୁ ଆବଶ୍ୟକୀୟ ସାମଗ୍ରୀ ଅଣାଯାଇଛି । ମାଟି , ଗୋବର , ନିମ୍ବପତ୍ର, ଗୋମୂତ୍ର, ବାଲିର ବ୍ୟବହାରରେ ଏହି ଘର ନିର୍ମାଣ କରାଯାଇଛି । ୬ମାସ ଭିତରେ ଘର ନିର୍ମାଣ କରିଛନ୍ତି ହରିୟାଣାର ଜଣେ ବ୍ୟକ୍ତି ।

LEAVE A REPLY

Please enter your comment!
Please enter your name here