କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ | ବିଗିଡ଼ିବାରେ ଲାଗୁଛି କାଳିଆର ସ୍ୱାସ୍ଥ୍ୟାବସ୍ଥା | ସେପଟେ କାଳିଆର ସ୍ୱାସ୍ଥ୍ୟଅବସ୍ଥାକୁ ଦେଖି ଏସସିବି ମେଡିକାଲ ଡାକ୍ତରୀ ଦଳ ଦିଲ୍ଲୀ ଏମ୍‌ସର ସହାୟତା ଲୋଡ଼ିଛନ୍ତି | ଦୁଇଜଣ ବିଶେଷଜ୍ଞଙ୍କୁ ଏସସିବି ପଠାଇବା ପାଇଁ ଦିଲ୍ଲୀ ଏମ୍‌ସକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି | ନ୍ୟୁରୋସର୍ଜନ ଦୀପକ ଗୁପ୍ତା ଓ ପେଡିଆଟିକ୍ ଆଇସିୟୁ କେୟାର ମୁଖ୍ୟ ରାକେଶ ଲୋଧାଙ୍କୁ ଏସ୍‌ସିବି ପଠେଇବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି | ଆଜି ଏନେଇ ଏସସିବି ମେଡିକାଲ ଅଧିକ୍ଷକ ଡ଼ା ସିବିକେ ମହାନ୍ତି ସୂଚନା ଦେଇଛନ୍ତି |
ସୂଚାନଯୋଗ୍ୟ, କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ୨୦୧୭ ଜୁଲାଇ ୧୪ ତାରିଖରେ ରାଜ୍ୟ ସରକାର ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଇଥିଲେ | ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା | ପ୍ରାୟ ୨ ବର୍ଷ ଜଗା କାଳିଆ ଦିଲ୍ଲୀ ଏମ୍‌ସରେ ରହିବା ପରେ ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଏମ୍‌ସରୁ ଓଡ଼ିଶା ଫେରିଥିଲେ | ତା’ପରଠାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌ର ଆଇସିୟୁରେ ରଖାଯାଇଥିଲା |

LEAVE A REPLY

Please enter your comment!
Please enter your name here