ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ବଳଙ୍ଗା ପୋଲିସ, କ୍ରାଇମବ୍ରାଞ୍ଚ, ପରିବାର ସଦସ୍ୟ ଡାକ୍ତରଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ପୀଡ଼ିତାଙ୍କ ବୟାନ ସମ୍ପୂର୍ଣ ଭିଡିଓ ମାଧ୍ୟମରେ ରେକର୍ଡ କରାଯାଇଛି। ପୀଡ଼ିତାଙ୍କ ବୟାନ ଆଧାରରେ ପୋଲିସର ଖୋଳତାଡ଼ ଆରମ୍ଭ ହେବ । ଘଟଣାରେ ପୋଲିସ ଅନେକ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି । ତଦନ୍ତର ସମ୍ପୂର୍ଣ ତଥ୍ୟ ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଇଛି। ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ପାଇଁ ଦିଲ୍ଲୀ ଯାଇଥିଲେ ଆସନ୍ତାକାଲି ଦିଲ୍ଲୀରୁ ଫେରିବେ ବୋଲି ସୂଚନା ମିଳିଛି । ସମସ୍ତ ବୟାନ ଆଧାରରେ ଘଟଣାର ତଦନ୍ତ କରାଯିବ । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ଏହି ଘଟଣାର ତନାଘନା ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିପାରିନାହିଁ । ଘଟଣାସ୍ଥଳରୁ ପୋଲିସ କିରୋସିନି ତେଲ ବୋତଲ ସହ ପୋଡ଼ା କପଡ଼ା ଜବତ କରିଛି । ଏହା ସହିତ ଏକ ରୁପା ମୁଦି ମଧ୍ୟ ମିଳିଛି । ପୋଲିସ ସମସ୍ତ ତଥ୍ୟକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here