ମାଓବାଦୀ ସଂଗଠନରୁ ମୁହଁ ଫେରାଇଲେ ପୁଣି ଜଣେ ମହିଳା ମାଓବାଦୀ । ପ୍ରତିଭା ଓରଫ ରିଙ୍କି ନାମ୍ନୀ ଏହି ମହିଳା ମାଓବାଦୀ ଆଜି ରାୟଗଡା ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ସାଙ୍ଗରେ ତାଙ୍କର ୨ମାସର ଶିଶୁ ମଧ୍ୟ ରହିଛି । ପ୍ରତିଭାଙ୍କ ଘର ଛତିଶଗଡ ବିଜାପୁର ଜିଲ୍ଲାର ୱାଚମ । ଦୀର୍ଘ ୮ ବର୍ଷ ଧରି ସେ ଇନ୍ଦ୍ରାବତୀ ଦଳମ ଓ ବାଂସଧରା ଘୁମୁସର ଓ ନାଗାବଳୀ ଡିଭିଜନରେ କାମ କରୁଥିଲେ । ତେବେ ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ସଂଗଠନ ଛାଡିଥିବା କହିଛନ୍ତି । ଗର୍ଭବତୀ ହେବା ପରେ ବି ତାଙ୍କୁ ଜଙ୍ଗଲରେ ଅଣଦେଖା କରାଯିବା ଏବଂ ନିର୍ଯାତନା ଦିଆଯାଉଥିବା ସେ ପୁଲିସ ନିକଟରେ କହିଛନ୍ତି । ଜଙ୍ଗଲରେ ମହିଳା ମାଓବାଦୀଙ୍କୁ ଠିକ୍ ଭାବରେ ଖାଦ୍ୟ ଦିଆଯାଉନଥିବା ବେଳେ କେବଳ ସେଣ୍ଟ୍ରି ଡ୍ୟୁଟିରେ ନିୟୋଜିତ କରାଯାଉଥିଲା ବୋଲି ସେ କହିଛନ୍ତି । ପ୍ରତିଭା ୨୦୧୩ରେ ଘଟିଥିବା କାଡ୍ରାକାବଣ୍ଡଲୀ ଗୁଳି ବିନିମୟ, ଡଙ୍ଗାମାଟି ଗୁଳି ବିନିମୟ, ଜାରପା ନିକଟରେ ଏସଓଜି ବାହିନୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ସହ ସଂପୃକ୍ତ ଥିଲେ ବୋଲି ଏସ୍ପି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here