ସେୟାର ବଜାରରେ ଗୋଟିଏ ସେୟାରର ମୂଲ୍ୟ ସର୍ବାଧିକ କେତେ ହେବ ? ଶହ, ହଜାର, ଲକ୍ଷ ନା କୋଟିରେ ଦେଖିବାକୁ ଚାହୁଁଛନ୍ତି ? ସବୁବେଳେ ସେୟାର ବଜାରରେ ନିରାପଦ ନିବେଶ ପାଇଁ ଅଳ୍ପ ଅର୍ଥ ବିନିଯୋଗ କରିବାକୁ ପରାମର୍ଶ ଦିଆଯାଇଥାଏ । ନିବେଶକମାନେ ଅଳ୍ପ ଅର୍ଥ ବିନିଯୋଗ କରୁ କରୁ ଅଧିକ ଅର୍ଥ ବିନିଯୋଗ କରିବାକୁ ଆଘ୍ରହ ପ୍ରକାଶ କରିଥାନ୍ତି । ଏପରିକି ଅଧିକ ଲାଭ ଉଠାଇବା ପାଇଁ ନାମୀଦାମି କଂପାନୀର ସେୟାର କିଣିଥାନ୍ତି । କେହି କେହି ନିବେଶକ ଦୀର୍ଘମିଆଦ ସୂତ୍ରରେ ସେୟାର କିଣି ଲାଭ ପାଇଁ ଅପେକ୍ଷା କରି ରହିଥାନ୍ତି । ତେବେ ସେୟାରର ମୂଲ୍ୟ ଶହ, ହଜାର ଅବା ଲକ୍ଷରେ ଉପଲବ୍ଧ ଥାଏ । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଗୋଟିଏ କଂପାନୀର ଗୋଟିଏ ସେୟାରର ମୂଲ୍ୟ ହେଉଛି 4 କୋଟି ଟଙ୍କା । ଏହା ସମଗ୍ର ବିଶ୍ବର ସବୁଠୁ ମୂଲ୍ୟବାନ ସେୟାର ବୋଲି କୁହାଯାଉଛି । ବର୍କସାୟର ହାଥଓ୍ବେ ଇଙ୍କ୍ ନାମକ ଏହି କଂପାନୀର ଗୋଟିଏ ସେୟାର କିଣିବାକୁ ହେଲେ ଆପଣଙ୍କୁ 4 କୋଟି ଟଙ୍କା ଦେବାକୁ ହେବ । 1965ରେ ଏହି କଂପାନୀର ଗୋଟିଏ ସେୟାରର ମୂଲ୍ୟ 20 ଡଲାରରୁ ବି କମ ଥିଲା । ଦୁନିଆର ସବୁଠୁ ମହଙ୍ଗା ସେୟାର ଭାବେ ପରିଚିତ ବର୍କସାୟାରର ମୁଖ୍ୟ କାରବାର ଆମେରିକାରେ ହୋଇଥାଏ । ଏହି କଂପାନୀରେ 3 ଲକ୍ଷ 72 ହଜାର କର୍ମଚାରୀ କାର୍ଯ୍ୟ କରିଥାନ୍ତି । ଏହି କଂପାନୀର ସେୟାର କିଣିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ ଦୁନିଆର ସବୁଠୁ ମହଙ୍ଗା ସେୟାର ହିସାବରେ ଏହାକୁ କିଣିବା ଅନେକଙ୍କ ପାଇଁ ସ୍ବପ୍ନରେ ପରିଣତ ହୋଇଯାଏ ।

LEAVE A REPLY

Please enter your comment!
Please enter your name here