ଗୋଟିଏ ମିନିଟ୍ ବି ଚାଲିପାରିଲା ନାହିଁ ଆଜି ବିଧାନସଭା । ଆଜି ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଲା । ଗୃହକାର୍ଯ୍ୟ ଆରମ୍ଭରୁ ହିଁ ମଧ୍ୟଭାବକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି । ଫସଲ ବୀମା ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ ବିଜେପି ଓ କଂଗ୍ରେସ । ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିବା ସହିତ ଗୃହରେ ବିରୋଧ ପ୍ରଦର୍ଶନ କରିଥିଲେ । ପରିସ୍ଥିତିକୁ ଦେଖି ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।
ଅନ୍ୟପଟେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିରୋଧ କରିଛନ୍ତି ବିଜେଡି ବିଧାୟକମାନେ । କେନ୍ଦ୍ର ସରକାର ଏମଏସପି ବୃଦ୍ଧି କରିବା ନେଇ ଦାବି କରି ବିରୋଧ ପ୍ରଦର୍ଶନ ହୋଇଛି ।

LEAVE A REPLY

Please enter your comment!
Please enter your name here