ଜାଲିଆତି ସର୍ଟିଫିକେଟ ସହିତ ଚାକିରି କରୁଥିବା ଜଣେ ଅଧ୍ୟାପକଙ୍କ ଭାଗ୍ୟ ଶେଷରେ ଫସିଗଲା। ଜଗତସିଂହପୁ ଜିଲ୍ଲାର ବାଲିକୁଦା କଲେଜରେ ଅଧ୍ୟାପକ ଭାବେ କାମ କରୁଥିବା ସନ୍ତୋଷ ଶତପଥୀଙ୍କୁ ଜାଲ ସାର୍ଟିଫିକେଟରେ ଚାକିରି କରିବା ଅଭିଯୋଗରେ ବହିଷ୍କାର କରାଯାଇଛି। ସୂଚନା ମିଳିଛି ଯେ, ସନ୍ତୋଷ ଶତପଥୀ ନିଯୁକ୍ତି ସମୟରେ ଜାଲ ଏମ.କମ୍ ସାର୍ଟିଫିକେଟ ଦେଇଥିଲେ। ସେ ୨୦୧୮ରୁ କମର୍ସ ବିଭାଗରେ ଅଧ୍ୟାପକ ଭାବେ ଚାକିରି କରୁଥିଲେ ଏବଂ ୭ ବର୍ଷ ଧରି ସେହି ପଦରେ କାର୍ଯ୍ୟରତ ଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ଆସିବା ପରେ, ଆରଡିସିଙ୍କ ନିର୍ଦ୍ଦେଶରେ ୨୦୨୨ରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ସନ୍ତୋଷ ଶତପଥୀ ସିକିମର ଏକ ଫେକ ବିଶ୍ବବିଦ୍ୟାଳୟରୁ ନକଲି ଏମ.କମ୍ ସାର୍ଟିଫିକେଟ ଦେଇଥିଲେ। ତଦନ୍ତ ଟିମ୍ ରିପୋର୍ଟ ଦେବା ପରେ ସନ୍ତୋଷଙ୍କୁ ଚାକିରିରୁ ବିଦା କରାଯାଇଛି। ଏହି ଘଟଣା ସମ୍ପର୍କରେ ଉପଜିଲାପାଳ କଲେଜ ଅଧ୍ଯକ୍ଷଙ୍କୁ ଚିଠି ଲେଖି, ଅଧ୍ୟାପକ ପାଇଥିବା ସମସ୍ତ ଦରମା ଫେରସ୍ତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here