ରାଷ୍ଟ୍ରିୟ ରାଜଧାନୀ ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ହତ୍ୟା ଘଟଣାରେ ପୋଲିସ ତଦନ୍ତ କରୁଛି । ଦିଲ୍ଲୀ ପୋଲିସ ଏବେ ସୁଦ୍ଧା ଶବର ୧୩ ଖଣ୍ଡ ଟୁକୁଡା ଖୋଜି ପାଇସାରିଛି । କିନ୍ତୁ ଏବେ ସୁଦ୍ଧା ମୁଣ୍ଡ ମିଳୁନି । ମିଳିଥିବା ଶବ ଖଣ୍ଡକୁ ଡିଏନଏ ଟେଷ୍ଟ ପାଇଁ ପଠାଯିବ । ଶବର ଆଉ ଅଂଶ କୁଆଡେ ଗଲା ସେନେଇ ଖୋଳତାଡ କରୁଛି ପୋଲିସ । ହତ୍ୟାରେ ବ୍ୟବହୃତ ହତିଆର ଏବଂ ଅନ୍ୟ ଅଂଶକୁ ଖୋଜିବା ପାଇଁ ଆଜି ଅଫତାବକୁ ପୁଣି ଜଙ୍ଗଲକୁ ନେଇଛି ପୋଲିସ । ଅଭିଯୁକ୍ତ ବୟଫ୍ରେଣ୍ଡ ଅଫତାବର ନାର୍କୋ ଟେଷ୍ଟ କରିବାକୁ ଯୋଜା କରୁଛି ପୋଲିସ । ପୁରା ଘଟଣା ଉପରୁ ପରଦା ଉଠାଇବା ସହିତ କୋର୍ଟରେ ମାମଲା ପ୍ରମାଣିତ କରିବାକୁ ଏହା ସବୁଠୁ ବଳିଷ୍ଠ ପ୍ରମାଣ ହେବ ବୋଲି ଯୋଜନା କରାଯାଇଛି ।
ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଅଫତାବ-ଶ୍ରଦ୍ଧା ଲିଭ୍ ଇନ୍‌ରେ ରହୁଥିଲେ । ମେ ମାସରେ ଶ୍ରଦ୍ଧାକୁ ହତ୍ୟା କରିଛି ଅଫତାବ । ହତ୍ୟା କରିବା ପରେ ଆରିରେ ଶ୍ରଦ୍ଧାର ଶବକୁ ୩୫ ଖଣ୍ଡ କରିଦେଇଥିଲା ଅଫତାବ । ଏବଂ ସେହି ଶବ ଖଣ୍ଡକୁ ଜଙ୍ଗଲରେ ଏଣେତେଣେ ଫିଙ୍ଗିଦେଇଥିଲା ।
-ଡେଟିଂ ଆପ୍ ଜରିଆରେ ଶ୍ରଦ୍ଧା-ଅଫତାବଙ୍କ ପରିଚୟ ହୋଇଥିଲା । ପରେ ମୁମ୍ବାଇରେ ଏକ କଲ ସେଣ୍ଟରରେ ଉଭୟ କାମ କଲେ । ଧିରେ ଧିରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା ।
-ଅଫତାବ-ଶ୍ରଦ୍ଧା ଅଲଗା ଅଲଗା ଧର୍ମର ହୋଇଥିବାରୁ ବିବାହ ପାଇଁ ଘରୁ ଅନୁମତି ମିଳିଲାନାହିଁ । ଏହାପରେ ଦୁହେଁ ମୁମ୍ବାଇ ଛାଡି ଦିଲ୍ଲୀରେ ମହରେଲିରେ ଏକ ଆପାର୍ଟମେଣ୍ଟ ରେ ରହିଲେ ।
-୧୮ ମଇରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଲା । ଏହାପରେ ରାଗିଯାଇ ଶ୍ରଦ୍ଧାକୁ ହତ୍ୟା କରିଥିଲା ନିଷ୍ଠୁର ବୟଫ୍ରେଣ୍ଡ । ଶ୍ରଦ୍ଧାର ଶବକୁ ୩୫ରୁ ଅଧିକ ଖଣ୍ଡ କରିଦେଲା ।
୩୫ ଖଣ୍ଡ ଶବକୁ ରଖିବା ପାଇଁ ଅଫତାବ କିଣିଥିଲା ନୂଆ ଫ୍ରିଜ୍ । ବିଳମ୍ବିତ ରାତିରେ ସମସ୍ତେ ଶୋଇବା ପରେ ଅଫତାବ ଶବ ଖଣ୍ଡକୁ ନେଇ ଜଙ୍ଗଲ ଆଡକୁ ବାହାରିପଡେ । ଏବଂ ଏଣେତେଣେ ଶବକୁ ଫୋପାଡିଦିଏ । ଘରେ ଶବର ଗନ୍ଧକୁ ଏଡାଇବା ପାଇଁ ଅଗରବତି ବ୍ୟବହାର କରୁଥିଲା ଅଫତାବ । ଏସବୁ ଅଫତାବ ଆମେରିକା ୱେବ ସିରିଜ୍ ଡେକ୍ସଟରରୁ ଶିଖିଥିଲା ।

LEAVE A REPLY

Please enter your comment!
Please enter your name here