୨୦୪୭ ସୁଦ୍ଧା ଏକ ନିଶାମୁକ୍ତ ଭାରତ ଗଢିବାକୁ ଲକ୍ଷ୍ୟ ରଖି, ନୂଆଦିଲ୍ଲୀରେ ଆୟୋଜିତ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସର ଦୁଇ ଦିନିଆ ସମ୍ମିଳନୀର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ‘ମିଳିତ ସଂକଳ୍ପ, ସ‌ହଭାଗୀ ଦାୟିତ୍ବ’ ଥିମ୍ ଉପରେ ଏହିବାର୍ଷିକ ସମ୍ମିଳନୀରେ ନିଶା ବିରୋଧରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେଉଛି। ମୋଦି ସରକାରଙ୍କ ନିଶା ବିରୋଧୀ ରଣନୀତି ଓ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ।କାର୍ଯ୍ୟକ୍ରମରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ବାର୍ଷିକ ରିପୋର୍ଟ-୨୦୨୪ ଉନ୍ମୋଚନ କରିବା ସହ ଅନଲାଇନରେ ନିଶା କାରବାର ରୋକିବାକୁ ଜାତୀୟ ଅଭିଯାନର ଶୁଭାରମ୍ଭ କରିଛନ୍ତି ଶାହ । ଏହି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୬ ANTF ମୁଖ୍ୟଙ୍କ ସମେତ ସାମିଲ ହୋଇଛନ୍ତି ସରକାରୀ ବିଭାଗର ଅଂଶୀଦାର, ନାର୍କୋଟିକ୍ସ ଏକ୍ସପର୍ଟ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ । ଦେଶ ସୀମା ପାର କରି ଡ୍ରଗ ପ୍ୟାଡଲର ଦେଶର ବିଭିନ୍ନ ରାଜ୍ୟକୁ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଛନ୍ତି । ରାଜ୍ୟ ସ୍ତରରେ ନେଟୱର୍କ ମାଧ୍ୟମରେ ନିଶା ଗ୍ରାହକଙ୍କ ନିକଟରେ ପହଞ୍ଚୁଛି ଡ୍ରଗ୍ସ । ନିଶା କାରବାରର ଏହି ୩ଟି ସୋପାନକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଆହ୍ବାନ ଦେଇଛନ୍ତି ଶାହ । ନିଶାମୁକ୍ତ ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ୪୭୯୪ କୋଟି ମୂଲ୍ୟର ନିଶା ସାମଗ୍ରୀ ନଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ANTF ପକ୍ଷରୁ ଗୋଟିଏ ବର୍ଷ ମଧ୍ୟରେ ଦେଶବ୍ୟାପୀ ୧୨୬୨ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯେଉଁଥିରେ ୧ କୋଟିରୁ ଅଧିକ ଲୋକ ସାମିଲ ହୋଇ ନିଶାମୁକ୍ତି ଅଭିଯାନକୁ ଆନ୍ଦୋଳନରେ ପରିଣତ କରିଛନ୍ତି । ANTF ସମ୍ମିଳନୀରେ ନିଶାଦ୍ରବ୍ୟ ଉତ୍ପାଦନ ଓ ଡ୍ରଗ୍ ସିଣ୍ଡିକେଟକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here