ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ । ୫ଟି ପର୍ଯ୍ୟାୟରେ ମତଦାନ ହେବ । ଫ୍ରେବୁଆରୀ ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ । ଫ୍ରେବୁଆରୀ ୨୬,୨୭, ୨୮ରେ ହେବ ଭୋଟ ଗଣତି । ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି । ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ହେବ ଭୋଟ ଗଣତି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପ୍ରଚାର ପାଇଁ ପଥପ୍ରାନ୍ତ ପଦଯାତ୍ରା, ବାଇକ ରାଲି ପାଇଁ ଅନୁମତି ନାହିଁ । ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ । ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀମାନେ ଘରକୁ ଘର ପ୍ରଚାର କରିପାରିବେ । ଡବଲ ଡୋଜ୍ ଟିକା ବା ଆରଟିପିସିଆର ଟେଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗଣତି କେନ୍ଦ୍ରକୁ ଅନୁମତି । ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ । ମାର୍ଚ୍ଚ ୧୧ରେ ହେବ ନାଏବ ସରପଞ୍ଚ ନିର୍ବାଚନ । ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୨୩ରେ ଉପାଧ୍ୟକ୍ଷ ନିର୍ବାଚନ । ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୨୫ରେ ଉପାଧ୍ୟକ୍ଷ ନିର୍ବାଚନ । ସେହିପରି ଜାନୁଆରୀ ୧୩ରେ ପଞ୍ଚାୟତ ନିର୍ବାଚନ ନେଇ ଜାରି ହୋଇଛି ବିଗ୍ୟପ୍ତି । ୧୭ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ । ୨୨ରେ ପ୍ରାର୍ଥୀପତ୍ର ଗୁଡିକର ଯାଞ୍ଚ କରାଯିବ । ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥପତ୍ର ପ୍ରତ୍ୟାହାର କରାଯାଇ ପାରିବ । ୨୫ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଜାନୁଆରୀ ୧୩ରେ ପଞ୍ଚାୟତ ନିର୍ବାଚନ ନେଇ ଜାରି ହୋଇଛି ବିଜ୍ଞପ୍ତି । ୧୭ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ । ୨୨ରେ ପ୍ରାର୍ଥୀପତ୍ର ଗୁଡିକର ଯାଞ୍ଚ କରାଯିବ ।୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥପତ୍ର ପ୍ରତ୍ୟାହାର କରାଯାଇ ପାରିବ । ୨୫ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଅସୂୟାଭାବ , ଶତ୍ରୁତା, ଘୃଣା ସୃଷ୍ଟିକାରୀ ଭାଷା ବ୍ୟବହାର ମନା । ଦଳ ବା ପ୍ରାର୍ଥୀ ଏଭଳି କୌଣସି ଲିଖିତ ବା ମୌଖିକ ଭାଷା ବ୍ୟବହାର କରିବେ ନାହିଁ । ଆଗୁଆ ମଞ୍ଜୁରୀ ନେଇ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଇପାରିବ । ରାତି ୮ଟା ପରେ ଓ ସକାଳ ୭ଟା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର ମନା । ଭୋଟ ଗ୍ରହଣ ଧାର୍ଯ୍ୟ ସମୟର ୩୬ ଘଣ୍ଟା ପୂର୍ବରୁ ଡାକବାଜି ଯନ୍ତ୍ର ନିଷେଧ ।

LEAVE A REPLY

Please enter your comment!
Please enter your name here