ଏଥର ୬୭୯୪ ପଞ୍ଚାୟତରେ ହେବ ପଞ୍ଚାୟତ ନିର୍ବାଚନ । ଗତ ୨୦୧୭ ନିର୍ବାଚନରେ ୬୮୦୧ ଗ୍ରାମ ପଞ୍ଚାୟତରେ ନିର୍ବାଚନ ହୋଇଥିଲା । ଏଥିରେ ୭ଟି ଗ୍ରାମ ପଞ୍ଚାୟତକୁ ଏନଏସିରେ ମିଶାଇ ଦିଆଯାଇଛି । ବାଲେଶ୍ୱର ରେମୁଣାର ୪ଟି ଗ୍ରାମ ପଞ୍ଚାୟତ , ନୟାଗଡ ଓଡଗାଁର ୨ଟି ଗ୍ରାମ ପଞ୍ଚାୟତ, ବରଗଡ ବିଜେପୁରର ଗୋଟିଏ ଗ୍ରାମ ପଞ୍ଚାୟତ ଏନଏସିରେ ସାମିଲ କରାଯାଇଛି । ସେ ପଞ୍ଚାୟତ ଗୁଡିକରେ ନିର୍ବାଚନ ହେବନାହିଁ । ସେହିପରି ୧୧୧ଟି ୱାର୍ଡରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବନାହିଁ । ମୋଟ ୯୧ ହଜାର ୯୧୬ ୱାର୍ଡରେ ତ୍ରୀସ୍ତରୀୟ ନିର୍ବାଚନ ହେବ । ଗତ ୨୦୨୭ରେ ୯୨ ହଜାର ୨୭ଟି ୱାର୍ଡରେ ନିର୍ବାଚନ ହୋଇଥିଲା । ୯୧ ହଜାର ୯୧୬ ୱାର୍ଡ ଭିତରୁ ୪୯ ହଜାର ୪୬୯ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ ଟି ୱାର୍ଡ ସଂରକ୍ଷିତ ରହିଛି । ସରପଞ୍ଚ ପାଇଁ ୬୭୯୪ ପଞ୍ଚାୟତ ଭିତରୁ ୩୫୦୦ ସିଟତ ମହିଳାମାନଙ୍କ ପାଇଁ ସଂରକ୍ଷିତ ଅଛି । ଓବିସି ମାନଙ୍କ ପାଇଁ ୭୭୮ ସିଟ୍ ସଂରକ୍ଷିତ ଅଛି । ସେହିପରି ୬୭୯୩ ସମିତି ସଭ୍ୟ ଭିତରୁ ୩୫୩୮ଟି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସି ମାନଙ୍କ ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here