ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାହ ପରେ ଥିବା ସମ୍ପର୍କ ସହ ଜଡିତ ଆଇପିସି ଧାରା ୪୯୭କୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି । କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏନେଇ ଐତିହାସିକ ରାୟ ଶୁଣାଇଛନ୍ତି । ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କୌଣସି ପ୍ରକାରେ ମହିଳାଙ୍କ ବିରୋଧରେ ଅସମ୍ମାନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଭାରତୀୟ ଗଣତନ୍ତ୍ରରେ ନିଜ ପର ମଧ୍ୟରେ ଥିବା ବିଭିନ୍ନତାକୁ କୋର୍ଟ ନାପସନ୍ଦ କରିଛନ୍ତି ।
ମୁଖ୍ୟ ନ୍ୟାୟାଧୀଶ କହିଛନ୍ତି କି, ଆଇପିସି ଧାରା ୪୯୭ ମହିଳାଙ୍କ ସମ୍ମାନ ବିରୋଧୀ । ମହିଳାଙ୍କୁ ସର୍ବଦା ସମାନ ଅଧିକାର ମିଳିବା ଆବଶ୍ୟକ । ସେମାନଙ୍କୁ ସମାଜରେ ନିଜ ଇଚ୍ଛା ମୁତାବକ ଭାବିବା ପାଇଁ ରୋକାଯାଇ ପାରିବ ନାହିଁ । ସଂସଦରେ ମଧ୍ୟ ମହିଳାଙ୍କ ବିରୋଧରେ ହେଉଥିବା ଘରୋଇ ହିଂସା ପାଇଁ ଆଇନ ରହିଛି । ପତି କେବେହେଲେ ପତ୍ନୀର ମାଲିକ ହୋଇ ପାରିବ ନାହିଁ ।
ଜଷ୍ଟିସ ଖାନବିଲକର କହିଛନ୍ତି କି, ଆଡଲ୍ଟରୀ ଅପରାଧ ନୁହେଁ । କିନ୍ତୁ ଏନେଇ ଯଦି ଆପଣଙ୍କ ସ୍ୱାମୀ ଆତ୍ମହତ୍ୟା କରନ୍ତି ତେବେ ସେମାନଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଉଥିବା ମାମଲା ରୁଜୁ ହେବ । ଏହାପରେ ସମସ୍ତ ଜଜ୍ ଏକ ମତ ହୋଇ ଏହି ଧାରାକୁ ଅସାମ୍ବିଧାନିକ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here