ବରଷକ ପରେ ପୁଣି ଆସିଛି ରଜ । ପିଠା ପଣାରେ ମହକୁଛି ଗାଁଠୁ ସହର । ରଜରେ ନୂଆ ଡ୍ରେସ୍ ପିନ୍ଧିବା ସହିତ ସଜବାଜ ହେବାର ପରମ୍ପରା ମଧ୍ୟ ରହିଛି । ଖାଲି ପିଠା ପଣା ନୁହେଁ ରଜରେ ପାନର ମଧ୍ୟ ରହିଥାଏ ବେଶ୍ ଚାହିଦା । ଓଡିଶାର ଏହି ଗଣପର୍ବ ପାଇଁ ଉତ୍ସବ ମୁଖର ଗାଁଠୁ ସହର । କୁଆଁରୀ ଝିଅଠାରୁ ଆରମ୍ଭ କରି ମହିଳାମାନେ ବେଶ ଆନନ୍ଦ ମନରେ ରଜ ପାଳନ କରୁଛନ୍ତି । ଘରେ ଘରେ ସବୁ ଝିଅ ବୋହୁମାନେ ନୂଆ ପୋଷାକ, ଶାଢ଼ୀ ପିନ୍ଧି ଦୋଳି ଖେଳୁଛନ୍ତି । ଏହା ସହିତ ପୋଡ଼ ପିଠା ସହିତ ରଜ ପାନର ମଧ୍ୟ ମଜା ନେଉଛନ୍ତି ।