ପାକିସ୍ତାନ ଉପରେ ଆମେରିକାର ବଡ଼ ଆକ୍ସନ । ପାକିସ୍ତାନକୁ ଲାଗିଲା ବଡ଼ ଝଟ୍‌କା । ଭାରତର ସିନ୍ଦୁର ଅପରେସନ୍‌ ପରେ ଯେଉଁ ଆମେରିକାର ଶରଣ ପଶିଥିଲା ପାକିସ୍ତାନ, ସେଇ ଆମେରିକା ଆଜି କଡା ଜବାବ ଦେଇଛି। ଆମେରିକା ଘୋଷଣା କରିଛି—TRF (The Resistance Force) ହେଉଛି ଆତଙ୍କବାଦୀ ସଂଗଠନ। ପହଲଗାମ୍‌ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଗୋଷ୍ଠୀ ହେଉଛି ଏହି TRF।

ୟୁଏସ୍ ବିଦେଶ ବିଭାଗ ଜାରି କରାଥିବା ବୟାନ୍‌ରେ କୁହାଯାଇଛି—ଜମ୍ମୁ କାଶ୍ମୀରର ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ TRF ନିଜେ ଦୋଷ ସ୍ଵୀକାର କରିଥିଲା। ସେଇ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା, ଯାହା ବିଶ୍ବସ୍ତରରେ ଭୟ ସୃଷ୍ଟି କରିଥିଲା। ତେଣୁ TRFକୁ Foreign Terrorist Organisations (FTO) ଏବଂ Specially Designated Global Terrorist (SDGT) ଭାବେ ଚିହ୍ନଟ କରାଯାଇଛି।

ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି, ୨୦୦୮ ମୁମ୍ବାଇ ଆଟାକ୍ ପରେ ଲସ୍କର ଦ୍ୱାରା ସଂଗଠିତ ସବୁଠୁ ମରାତ୍ମକ ଘଟଣା ହେଉଛି ପହଲଗାମ୍ ଆକ୍ରମଣ। ବିଶ୍ୱର ଅନେକ ଦେଶ ଏହାକୁ କଡା ନିନ୍ଦା କରିଥିଲେ। ଆତଙ୍କୀମାନେ ନାମ ପଚାରି ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ମାରିଥିଲେ।

ଅନ୍ୟପଟେ ଆମେରିକା ପ୍ରତି କୃତଜ୍ଞତା ପ୍ରକାଶ କରି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଏହି ନିଷ୍ପତ୍ତି ପ୍ରମାଣ କରିଛି ଯେ ଭାରତ ଏବଂ ଆମେରିକା ଆତଙ୍କବାଦ ବିରୁଦ୍ଧରେ ଏକାଠି ଛିଡ଼ା ହୋଇଛନ୍ତି । ଟିଆର୍‌ଏଫ୍‌ ହେଉଛି ପାକିସ୍ତାନରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଶାଖା । ଆମେରିକାର ଏହି ବଡ଼ ନିଷ୍ପତ୍ତି ପାକିସ୍ତାନ ପାଇଁ ବଡ଼ ଧକ୍କା ସଦୃଶ୍ୟ । ପାକିସ୍ତାନ ପ୍ରତିଦିନ ଭାରତ ବିରୁଦ୍ଧରେ ଷଡ୍‌ଯନ୍ତ୍ର କରିଚାଲିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ । ଟ୍ରମ୍ପ କହିଥିଲେ, ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ସହିତ ଆମେରିକା ଛିଡ଼ା ହୋଇଛି ।

LEAVE A REPLY

Please enter your comment!
Please enter your name here