ମହମ୍ମଦଙ୍କ ଜନ୍ମଦିନ ଇଦ୍ ପାଳନ ପାଇଁ ଏକ ମସଜିଦ ନିକଟରେ ଏକାଠି ହୋଇଥିଲେ ଶତାଧିକ ଲୋକ । ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଲା । କିଛି ସମୟ ପାଇଁ ଚତୁର୍ଦ୍ଦିଗ ଧୂଆଁମୟ ହୋଇଗଲା । କିଏ କୁଆଡେ ଛିନଛତ୍ର ହୋଇଗଲେ । ପାକିସ୍ତାନର ବେଲୁଚିସ୍ତାନ ଅନ୍ତର୍ଗତ ମାସ୍ତୁଙ୍ଗ ଜିଲ୍ଲାରେ ଘଟିଛି ଏହି ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଡିଏସପିଙ୍କ ମୃତ୍ୟୁ ହୋଇଛି । ଆତ୍ମଘାତି ବୋମା ବିସ୍ଫୋରଣ ଦ୍ବାରା ଏହା ହୋଇଥିବା ପୋଲିସ କହିଛି । ଆହତଙ୍କୁ ଉଦ୍ଧାର କରି ନିକସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । ତେବେ ବିସ୍ଫୋରଣ ପାଇଁ କୌଣସ,ି ଆତଙ୍କବାଦୀ ସଂଙ୍ଗଠନ ଏଫର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here