ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ପରେ ଭାରତ ୧୮୫୬ ମେଗାୱାଟ୍ର ସାୱାଲକୋଟ୍ ଜଳବିଦ୍ୟୁତ୍ ପ୍ରକଳ୍ପ ଆଗେଇଛି । ଜମ୍ମୁ ଓ କାଶ୍ମୀରର ରମ୍ବନ ଓ ଉଧମପୁର ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମାଣ ହେବାକୁ ଥିବା ୧୮୫୬ ମେଗାୱାଟ୍ ସାୱାଲକୋଟ୍ ଜଳବିଦ୍ୟୁତ୍ ପ୍ରକଳ୍ପକୁ ଭାରତ ସରକାର ତ୍ୱରାନ୍ୱିତ କରିଛନ୍ତି। ୧୯୬୦ ଦଶକରେ ପ୍ରସ୍ତାବିତ ଏହି ପ୍ରକଳ୍ପ ସିନ୍ଧୁ ଜଳ ଚୁକ୍ତି ଯୋଗୁଁ ବିଳମ୍ବିତ ହୋଇଥିଲା । ୨୦୨୫ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିବା ପରେ ପ୍ରକଳ୍ପଟି ପୁନଃଆରମ୍ଭ କରିଛି; ଯେଉଁଥିରେ ଭାରତକୁ ଲାଭ ମିଳିବ। ପ୍ରଥମଟି ହେଉଛି ପାକିସ୍ତାନକୁ ପାଣି ରୋକାଯିବ । ଦ୍ବିତୀୟଟି ହେଉଛି ଡ୍ୟାମ୍ରୁ ବିଦ୍ୟୁତ୍ ଉତ୍ପନ୍ନ ହେବ । ଟେଣ୍ଡର ଡକ୍ୟୁମେଣ୍ଟ ଅନୁଯାୟୀ, ଏହି ପ୍ରକଳ୍ପରେ ଗଭୀରତମ ମୂଳଦୁଆ ସ୍ତରରୁ ୧୯୨.୫ ମିଟର ଉଚ୍ଚତା ବିଶିଷ୍ଟ ଏକ ରୋଲର କମ୍ପାକ୍ଟ କଂକ୍ରିଟ୍ ଗ୍ରାଭିଟି ଡ୍ୟାମ୍ ରହିବ, ଯାହା ସୁଡ଼ଙ୍ଗ ମାଧ୍ୟମରେ ନଦୀର ଗତିପଥ ପରିବର୍ତ୍ତନ ସୁନିଶ୍ଚିତ କରିବ। ଚିନାବ ନଦୀର ବାମ କୂଳରେ, ଡ୍ୟାମ୍ର ତଳମୁଣ୍ଡରେ ଏକ ଭୂତଳ ପାୱାର ହାଉସ୍ ନିର୍ମାଣ କରାଯିବ । ୨୯ ଜୁଲାଇ ୨୦୨୫ରେ ଏନ୍ଏଚ୍ପିସି ୨୦୦ କୋଟି ଟଙ୍କାର ଟେଣ୍ଡର ଜାରି କରିଛି, ଯାହା ନିର୍ମାଣର ପ୍ରଥମ ପର୍ଯ୍ୟାୟକୁ ଆଗକୁ ବଢ଼ାଇଛି। ଏହି ପ୍ରକଳ୍ପ ଭାରତର ଶକ୍ତି ସୁରକ୍ଷା ଓ ଜଳ ସମ୍ବଳ ଉପଯୋଗକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି ଏବଂ ପାକିସ୍ତାନକୁ ବାର୍ତ୍ତାଯାଇଛି ଯେ ଆଗକୁ ପାଣି ପାଇଁ ସଂଗ୍ରାମ କରିବାକୁ ପ୍ରସ୍ତୁତ ରୁହ ।













