ଅପରେସନ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଇଛି ପାକିସ୍ତାନ। ମଧ୍ୟସ୍ଥତା ନେଇ ଆମେରିକାର ପ୍ରସ୍ତାବକୁ ଖାତିର୍ କରି ନଥିଲା ଭାରତ । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା କହି ଟ୍ରମ୍ପ ନିଜକୁ ମହାନ୍ କହୁଥିବା ବେଳେ ,ଭାରତ ଆମେରିକାର ପ୍ରସ୍ତାବକୁ ଖାତିର୍ କରି ନଥିଲା । ଏବେ ପାକିସ୍ତାନ ମଧ୍ୟ ସମାନକତା ଦୋହରାଇ ଟ୍ରମ୍ପଙ୍କୁ ଧରା ପକାଇଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ଇଶାକ, ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ କହିଛନ୍ତି, `ଅସ୍ତ୍ରବିରତି ନେଇ ତୃତୀୟ ପକ୍ଷର ମଧ୍ୟସ୍ଥତା ଭାରତ ଚାହିଁ ନଥିଲା । ଆମେରିକାର ପ୍ରସ୍ତାବରେ କଦାପି ରାଜି ହୋଇନଥିଲା ଭାରତ । ମଧ୍ୟସ୍ଥତା ନେଇ ଭାରତ କୌଣସି ସମୟରେ ସହମତ ନଥିଲା । ଇଶାକ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ଏକାଧିକ ଥର ମଧ୍ୟସ୍ଥତା ଲାଗି ପ୍ରସ୍ତାବ ଦେଇଥିଲେ । ଟ୍ରମ୍ପଙ୍କ ମଧ୍ୟସ୍ଥତା ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ରୁବିୟୋଙ୍କୁ ପଚାରିଥିଲେ ଈଶାକ ଡାର । ରୁବିୟୋ ସ୍ପଷ୍ଟ କରିଥିଲେ, `ଭାରତ ସର୍ବଦା ଏହାକୁ ଦ୍ଵିପାକ୍ଷିକ ପ୍ରସଙ୍ଗ କହି ଆସୁଛି । ମେ ୭ରେ ଅପରେସନ୍ ସିନ୍ଦୂର ଆରମ୍ଭ ହେବାର ମାତ୍ର ୪ ଦିନ ପରେ ପାକିସ୍ତାନ DGMO ଭାରତର DGMOଙ୍କୁ ଫୋନ୍ କରି ଯୁଦ୍ଧ ବିରତି ପ୍ରସ୍ତାବ ଦେଇଥିଲେ । ଗୋଟିଏ ଦିନ ପୂର୍ବରୁ ଜୈଶ ନେତା ମାସୁଦ ଇଲିୟାସ କାଶ୍ମୀରୀ ଏକ ଭାଇରାଲ୍ ଭିଡିଓରେ ଅପରେସନ୍ ସିନ୍ଦୂରରେ କ୍ଷତି ବିଷୟରେ ସ୍ୱୀକାର କରିଥିଲେ । ଇଶାକ କହିଛନ୍ତି, ଆମେ କୌଣସି ଜିନିଷ ଭିକ ଭାବେ ମାଗୁ ନାହୁଁ । ଆଲୋଚନା ପାଇଁ ଉଭୟଙ୍କ ଇଚ୍ଛା ଆବଶ୍ୟକ ।ଯଦି କୌଣସି ଦେଶ ଆଲୋଚନା ଚାହୁଁଛି ତ ପାକିସ୍ତାନ ଖୁସି ହେବ । ଯେ ପର୍ଯ୍ୟନ୍ତ ଭାରତ ଆଲୋଚନା ଚାହୁଁ ନାହିଁ, ସେ ପର୍ଯ୍ୟନ୍ତ କିଛି ହୋଇ ପାରିବ ନାହିଁ ।













