ଚୀନର ସହାୟତାରେ ଚନ୍ଦ୍ରକୁ ଯିବ ପାକିସ୍ତାନ । ୨୦୩୫ ସୁଦ୍ଧା ଲ୍ୟାଣ୍ଡିଂ ଲକ୍ଷ୍ୟ ରଖିଛି ପାକିସ୍ତାନ । ଏହି ମିସନ ସମ୍ପୂର୍ଣ୍ଣ ଚୀନର ସହାୟତା ଉପରେ ନିର୍ଭରଶୀଳ । ପାକିସ୍ତାନର ମହାକାଶ ଏଜେନ୍ସି ଏ ପର୍ଯ୍ୟନ୍ତ ସ୍ୱାଧୀନ ଭାବେ କୌଣସି ଉପଗ୍ରହ କିମ୍ବା ମହାକାଶ ମିସନ ଆରମ୍ଭ କରିନାହିଁ । ଚୀନର ପ୍ରଯୁକ୍ତି ଓ ଦକ୍ଷତା ଉପରେ ନିର୍ଭର କରି ପାକିସ୍ତାନ ଏହି ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରୁଛି । ପାକିସ୍ତାନର ଯୋଜନା, ବିକାଶ ମନ୍ତ୍ରୀ ଆହସାନ ଇକବାଲ ବେଜିଂରେ ଚୀନର ଅଧିକାରୀମାନଙ୍କ ସହ ଏକ ବୈଠକରେ ଏହି ଘୋଷଣା କରିଛନ୍ତି । ପାକିସ୍ତାନ ଚୀନର ସହଯୋଗରେ ୨୦୨୬ ସୁଦ୍ଧା ପ୍ରଥମ ପାକିସ୍ତାନୀ ମହାକାଶଚାରୀଙ୍କୁ ଚୀନର ମହାକାଶ ଷ୍ଟେସନକୁ ପଠାଇବା ଯୋଜନା ମଧ୍ୟ ପ୍ରକାଶ କରିଛନ୍ତି । ଏହା ସହ ୨୦୨୮ରେ ଚୀନର ଚାଙ୍ଗେ-୮ ମିସନରେ ପାକିସ୍ତାନ ୩୫ କିଲୋଗ୍ରାମ୍‌ର ରୋଭର ଚନ୍ଦ୍ରକୁ ପଠାଇବ, ଯାହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅନୁସନ୍ଧାନ କରିବ ।

LEAVE A REPLY

Please enter your comment!
Please enter your name here