ପିପିଲି ଉପନିର୍ବାଚନରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ କାର୍ଯ୍ୟରେ ମୋଟ 2200 କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ସାମିଲ ସମସ୍ତ କର୍ମଚାରୀ ଡବଲ ଡୋଜ୍ ଟିକା ନେଇଥିବା ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି । କୋଭିଡ ଆକ୍ରାନ୍ତ ନାଗରିକମାନେ ଘରେ ରହି ଭୋଟ ଦେଇପାରିବେ । ସେହିପରି ଭିନ୍ନକ୍ଷମ ନାଗରିକଙ୍କୁ ବୁଥକୁ ଆଣି ଭୋଟ ଦେବା ବ୍ୟବସ୍ଥା କରାଯିବ ବୋଲି ସିଇଓ କହିଛନ୍ତି ।

30 ତାରିଖ ସକାଳ ସାତଟାରୁ ଭୋଟ ଦେବା ପ୍ରକ୍ରିୟା ଆରମ୍ଭ ହେବ । ସଂପୂର୍ଣ୍ଣ କୋଭିଡ କଟକଣା ଭିତରେ ଭୋଟଦାନ କରାଯିବ । ଏଥିପାଇଁ ମୋଟ 348 ପୁଲିଂ ପାର୍ଟିକୁ ନିୟୋଜିତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଶହ ପୁଲିଂପାର୍ଟି ସେମାନଙ୍କ କାର୍ଯ୍ୟସ୍ଥଳରେ ପହଞ୍ଚି ସାରିଲେଣି । ପିପିଲିରେ ମୋଟ 201 ସମ୍ବେଦନଶୀଳ ବୁଥ ରହିଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here