ପିପିଲିରୁ କୋଣାର୍କ ପର୍ଯ୍ୟନ୍ତ ଯାତ୍ରା ସମୟକୁ ୯୦ ମିନିଟରୁ କମି ୩୦ ମିନିଟ କରିବା ପାଇଁ ଏକ ବିଶାଳ ରାସ୍ତା ପ୍ରକଳ୍ପକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି । ପୁରୀ ଜିଲ୍ଲାରେ ରାସ୍ତା ସଂଯୋଗୀକରଣ ସମୀକ୍ଷା ବୈଠକରେ ଶୁକ୍ରବାର ଏହି ‘ଗ୍ରୀନଫିଲ୍ମ କରିଡର’ ଯୋଜନାକୁ ଚୁଡାନ୍ତ କରାଯାଇଛି । ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ଥୂଲେ । ପିପିଲି- କୋଣାର୍କକୁ ସଂଯୋଗ କରୁଥିବା ନୂଆ ଗ୍ରୀନ୍ ଫିଲ୍ଡ କରିଡର ବହୁ ଗୁରୁତ୍ୱ ବହନ କରୁଛି । ଏହାର ଲମ୍ବ ରହିବ ୪୦ କିଲୋମିଟର । ୨୦୦ ଫୁଟ ଚଡଡା ଓ ୪ ଲେନ୍ ବିଶିଷ୍ଠ ରାସ୍ତା ନିର୍ମାଣ ହେଲେ ଗାଡ଼ିଗୁଡ଼ିକ ୧୦୦ କିଲୋମିଟର ବେଗରେ ଗତି କରିପାରିବ, ଫଳରେ ପିପିଲିରୁ କୋଣାର୍କ ଯିବାର ସମୟ ଅବଧି ଦେଢ ଘଣ୍ଟାରୁ ଅଧ ଘଣ୍ଟା(୩୦ ମିନିଟ୍‌)କୁ ହ୍ରାସ ପାଇବ । ବୈଠକରେ ଏହି ନୂତନ ରାସ୍ତାର ନକ୍ସା ପ୍ରସ୍ତୁତି, ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଛି । ସେଥି ସହିତ, ପୁରୀର ତାଜ ଇଣ୍ଟରନ୍ୟାସନାଲ୍‌ରୁ ସିଟି ରୋଡ୍ ଦେଇ ଜଗନ୍ନାଥ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ୪-ଲେନ୍‌ କରିବା ବିଷୟରେ ମଧ୍ଯ ଆଲୋଚନା ହେଇଛି । ଚୈତନ୍ୟ ରୋଡ୍‌ରୁ ବାଲିସାହି, ଜଗନ୍ନାଥ ମନ୍ଦିର ରୋଡ୍, ଡୋଲମଣ୍ଡପ ସାହି ରାସ୍ତା ଓ ଝାଡେଶ୍ବରୀ କ୍ଲବ୍‌ରୁ ମେଡିକାଲ୍ ଛକ ପର୍ଯ୍ୟନ୍ତ ରାସ୍ତାର ସର୍ଭେ କରାଯିବ ।

LEAVE A REPLY

Please enter your comment!
Please enter your name here