ଦୀର୍ଘଦିନ ଧରି ଜଣେ ଯୁବତୀଙ୍କୁ ଘରେ ରଖ୍ ଶାରୀରିକ ନିର୍ଯାତନା କରାଯାଇଥିବା ଅଭିଯୋଗ ଉଠିଛି ଜଣେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ । ରେଡିଓ ଷ୍ଟେସନରେ ଟେକ୍ନିସିଆନ ପଦରେ କାମ କରୁଥିବା ପ୍ରଦୀପ ମହାଳିକଙ୍କୁ ଏହି ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ କରାଯାଇଛି ।ଅଭିଯୋଗ ଅନୁସାରେ, ସେ ୩ ବର୍ଷ ପୂର୍ବେ ଜଣେ ନାବାଳିକାକୁ ଘରୁ ନେଇଥିଲେ ।
ଗରିବ ଦମ୍ପତିଙ୍କୁ ପାଠ ପଢ଼ାଇବା ଓ ବଡ଼ହେଲେ ବିବାହ କରାଇଦେବାର ପ୍ରତିଶ୍ରୁତି ଦେଇ ଝିଅକୁ ଘରୁ ନେଇଥିବା ଅଭିଯୋଗ ଆସିଛି । କିନ୍ତୁ, ତାହାର ପରିବର୍ତ୍ତେ ଝିଅକୁ ଚାକରାଣୀର କାମ କରାଇ ନିଜ ଘରେ ରଖାଯାଇଥିବା ସହିତ ଯୌନ ଶୋଷଣ ମଧ୍ୟ କରାଯାଇଥିବା ଅଭିଯୋଗ ଆସିଛି । ନାବାଳିକାଙ୍କ ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିବାରୁ, ଭଞ୍ଜପୁର ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛି ।














