ପୁରୀରୁ ହାଓଡା ଅଭିମୁଖେ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି । ଭିଡିଓ କନଫରେନ୍ସ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ପୁରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ସପ୍ତାହରେ କେବଳ ଗୁରବାର ବ୍ୟତୀତ ସବୁଦିନ ଏହି ଅତ୍ୟାଧୁନିକ ଏକ୍ସପ୍ରେସ ପୁରୀ-ହାଓଡା ମଧ୍ୟରେ ଚଳାଚଳ କରିବ । ପୁରୀରୁ ଦିନ ଗୋଟାଏ ପଚାଶରେ ଟ୍ରେନ ଛାଡିବ ଏବଂ ହାଓଡାରେ ସଂଧ୍ୟା ସାଢେ 8ଟାରେ ପହଞ୍ଚିବ । ସେହିପରି ହାଓ୍ୱଡାରୁ ସକାଳ 6ଟା 10ରୁ ବାହାରି 12.35ରେ ପୁରୀରେ ପହଞ୍ଚିବ ।