କୋଟିପତି ବାବୁ ପ୍ରତାପ ଗିରଫ । ଓପିଏଚଡବ୍ଲ୍ୟୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ପ୍ରତାପ ସାମଲ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ପ୍ରତାପଙ୍କ ୧୪ କୋଟି ୮୭ ଲକ୍ଷ ର ଆୟବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ପ୍ରତାପଙ୍କ ଆୟଠାରୁ ହଜାରେ ୮୭ ଗୁଣ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ସୂଚନା ଦେଇଛି । ପ୍ରତାପଙ୍କର ୩ କୋଟି ୪୧ ଲକ୍ଷରୁ ଅଧିକ ଟଙ୍କାର ୨୫ଟି ପ୍ଲଟ ଠାବ ହୋଇଛି । ସେହଭଳି ଗୋଠପାଟଣା ସ୍ଥିତ ୩ କୋଟି ୮୯ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ୫ ମହଲା କୋଠା , ୧ କୋଟି ୬୧ ଲକ୍ଷ ୩୫ ହଜାରରୁ ଅଧିକ ଟଙ୍କାର ବ୍ୟାଙ୍କ ବାଲାନ୍ସର ହିସାବ ପାଇଛି ଭିଜିଲାନ୍ସ । ଓଡିଶା ଭିଜିଲାନ୍ସ ଇତିହାସରେ ଏହା ସର୍ବାଧିକ ସମ୍ପତ୍ତ ଠାବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here