ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇସିସି ୨୦୧୯ କ୍ରିକେଟ ବିଶ୍ୱକପ୍ । ଏଥର ବିଶ୍ୱକପ୍ ଲଣ୍ଡନ ଓ ୱେଲ୍ସରେ ଖେଳାଯାଉଛି । ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପାଇଁ ପ୍ରସ୍ତୁତ ହୋଇସାରିଛି ଋଣଭୂମି । ପଡିଆକୁ ଓହ୍ଲାଇବାକୁ ବ୍ୟଗ୍ର ଅଶଂଗ୍ରହଣ କରିଥିବା ୧୦ ଦଳ । ୪୬ ଦିନଧରି ଚାଲିବାକୁ ଥିବା କ୍ରିକେଟ ମହାସମରକୁ ଚାହିଁ ବସିଛନ୍ତି ସାରା ବିଶ୍ୱର କ୍ରିକେଟ ପ୍ରେମୀ । ଆଜି ବିଶ୍ୱକପର ପ୍ରଥମ ମ୍ୟାଚ୍ ଖେଳିବେ ଆୟୋଜକ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ।ଲଣ୍ଡନର ଓଭାଲ କ୍ରିକେଟ ପଡିଆରେ ଭାରତୀୟ ସମୟ ଅପରାହ୍ନ ୩ଟାରେ ପ୍ରଥମ ମ୍ୟାଚ ଖେଳାଯିବ ।
ଚଳିତ ବିଶ୍ୱକପର ଉଦଘାଟନୀ ସମାରୋହ ବୁଧବାର ଲଣ୍ଡନର ବର୍ମିଂହାମ ପ୍ୟାଲେସସ୍ଥିତ ଲଣ୍ଡନ ମଲରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଇଂଲଣ୍ଡର ମହାରଣୀ ଏଲିଜାବେଥ ଉଦଘାଟନୀ ସମାରୋହରେ ଯୋଗଦେଇ ସମସ୍ତ ଅଧିନାୟକ ମାନଙ୍କୁ ଶୁଭକାମନା ଜଣାଇଥିଲେ । ଭାରତ ଚଳିତ ବିଶ୍ୱକପରେ ତାର ଅଭିଯାନ ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ । ଜୁନ ୧୬ ତାରିଖରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ହାଇ ପ୍ରୋଫାଇଲ ମ୍ୟାଚ୍ ଖେଳିବ ।

LEAVE A REPLY

Please enter your comment!
Please enter your name here