ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡି ନିଲମ୍ବିତ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଦ୍ମନାଭ ବେହେରା । ସେ କହିଛନ୍ତି, ‘ପ୍ରଫୁଲ୍ଲ ମିଡିଆରେ କିଛି ମନ୍ତବ୍ୟ ଦେଇଥିବାରୁ ନିଲମ୍ବିତ ହୋଇଛନ୍ତି । ଏଭଳି କାର୍ଯ୍ୟାନୁଷ୍ଠାନ ଠିକ୍ ନୁହେଁ । ମୁଁ ବିଲକୁଲ୍ ବି ଏ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହିଁ ।’

ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ଦଳରେ ଯେଉମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ବୁଝାଇବା ଆବଶ୍ୟକ । ସେ କହିଲେ, ସରକାରରେ ରହି ଦଳ ଚାଲାଇବା ଓ ବିରୋଧୀରେ ଥିବାବେଳେ ଦଳ ଚାଲାଇବାରେ ବହୁତ ତଫାତ ରହେ । ସେ ଶଙ୍ଖ ଭବନକୁ ଯାଇ ନେତୃତ୍ୱଙ୍କ ସହ ଆଲୋଚନା କରିଥିବା ମଧ୍ୟ କହିଛନ୍ତି । ହେଲେ ସଭାପତିଙ୍କ ସହ ଆଲୋଚନା କରିପାରିନଥିଲେ; ସେ କହିଛନ୍ତି ଯେ, ଦିଲ୍ଲୀରୁ ଫେରିଲେ ସଭାପତିଙ୍କୁ ଭେଟିବେ । ସଭାପତିଙ୍କ ସହ ଆଲୋଚନା କରିବୁ, ଛୋଟିଆ ଛୋଟିଆ ଘଟଣାରେ ଏମିତି କାର୍ଯ୍ୟାନୁଷ୍ଠାନ ନେବା ଠିକ୍ ନୁହେଁ । କାର୍ଯ୍ୟାନୁଷ୍ଠାନ, ଉଚିତ ମନେ ହେଉ ନାହିଁ । ତାଙ୍କୁ ବୁଝା ସୁଝା କରି ଦଳ ଭିତରେ ରଖା ଯିବା ଦରକାର । ଶୃଙ୍ଖଳା କମିଟି ଦ୍ୱାରା ଆଲୋଚନା କରାଇ ସେମାନଙ୍କୁ ରଖି ପାରିଲେ ଦଳ ପାଇଁ ତାହା ଭଲ ହେବ । ଯେଉଁମାନେ ବି କହୁଛନ୍ତି, ସେମାନେ ବାହାରେ ନ କହିକି ସଭାପତିଙ୍କ ସହ ଆଲୋଚନା କରିବା ଦରକାର ।

LEAVE A REPLY

Please enter your comment!
Please enter your name here