ପୌର ଫାଇଟ୍ ପାଇଁ ଜୋରଦାର ହେଲାଣି ପ୍ରଚାର । ରାଜଧାନୀବାସୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ତିନି ଦଳର ମେୟର ପ୍ରାର୍ଥୀଙ୍କ କସରତ । ରାତି ପାହିବା ମାତ୍ରେ ରାଜଧାନୀର ଗଳି କନ୍ଦିରେ ପହଁଞ୍ଚିଯାଉଛନ୍ତି ପ୍ରାର୍ଥୀ । ଆଜି ସକାଳୁ ସକାଳୁ ବିଜେଡି ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁଲୋଚନା ଦାଶ ୪ ନମ୍ବର ମାଛ ମାର୍କେଟ , ପରିବା ମାର୍କେଟ ଆଦି ବୁଲି ଭୋଟ୍ ଭିକ୍ଷା କରିଛନ୍ତି । ଏବଂ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି । ସ୍ମାର୍ଟ ସିଟିକୁ ୧ ନମ୍ବର ସିଟି ଭାବେ ଗଢିବା ପାଇଁ , ସବୁ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ମାଷ୍ଟର ପ୍ଲାନର ସଫଳ ରୂପାୟନ କରିବାକୁ ବିଜେଡି ମେୟର ଏବଂ କର୍ପୋରେଟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here