2024 ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ । 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ମନୁ ଭାକର ବ୍ରୋଞ୍ଚ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ହାସଲ କରିଥିବାରୁ ମନୁ ଭାକରଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । 221.7 ପଏଣ୍ଟ ସ୍କୋର କରି ମନୁ ଭାକର ତୃତୀୟ ସ୍ଥାନରେ ରହିଥିଲେ । ପ୍ରଥମ ଭାରତୀୟ ମହିଳା ସୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ । ହରିୟାଣାର ମହିଳା ସୁଟର ମନୁ ଭାକର ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ ହେଁ ଫାଇନାଲରେ ପ୍ରବେଶ କରିବାକୁ ସମର୍ଥ ହୋଇପାରି ନଥିଲେ । ଏଥର ସେ ପ୍ରଥମ ପଦକ ଜିତି ଥିବାରୁ ଭାରତୀୟ ଖେଳାଳିଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ଏହି ଇଭେଣ୍ଟରେ ସ୍ବର୍ଣ୍ଣ ଓ ରୌପ୍ୟ ଦୁଇଟି ଯାକ ପଦ ଦକ୍ଷିଣ ଆଫ୍ରିକା ହାତେଇଛି ।

LEAVE A REPLY

Please enter your comment!
Please enter your name here